33.1 C
Bhubaneswar
Tuesday, June 10, 2025
Homeଦେଶ ବିଦେଶଜନସଂଖ୍ୟାକୁ ନେଇ ଚିନ୍ତାରେ ବେଜିଂ; ଶୀଘ୍ର ବିବାହ କରି ସନ୍ତାନ ଜନ୍ମ କଲେ ମିଳିବ ପୁରସ୍କାର

ଜନସଂଖ୍ୟାକୁ ନେଇ ଚିନ୍ତାରେ ବେଜିଂ; ଶୀଘ୍ର ବିବାହ କରି ସନ୍ତାନ ଜନ୍ମ କଲେ ମିଳିବ ପୁରସ୍କାର

ବେଜିଂ: ଜନସଂଖ୍ୟାର ହ୍ରାସକୁ ନେଇ ଚିନ୍ତାରେ ବିଶ୍ୱର ସର୍ବବୃହତ୍ତ ଜନବହୁଳ ରାଷ୍ଟ୍ର ଚୀନ । ଦେଶରେ ଜନସଂଖ୍ୟାର ହ୍ରାସ ସହ କମୁଛି ବିବାହ ହାର । ଯାହାକୁ ନେଇ ଚୀନ ସରକାର ଚିନ୍ତା ପ୍ରକଟ କରିବା ସହ ବିବାହ ହାରକୁ ବୃଦ୍ଧି କରିବା ପାଇଁ ନୂଆ ଯୋଜନା ପ୍ରଣୟନ କରିଛନ୍ତି । ଯୁବପିଢିଙ୍କୁ ବିବାହ କରିବା ପାଇଁ ଆକର୍ଷିତ କରିବାକୁ ବେଜିଂ ଏକ ନୂତନ ପ୍ରୟାସ ଆରମ୍ଭ କରିଛି । ୨୫ ବର୍ଷ କିମ୍ବା ତା’ଠାରୁ କମ୍ ବୟସର ଯୁବକ ଯୁବତୀ ବିବାହ କଲେ ତାଙ୍କୁ ୧୦୦୦ ୟୁୟାନ ବା ୧୩୭ ଡଲାର ଉପହାର ଦେବାକୁ ଘୋଷଣା କରିଛନ୍ତି ଚୀନ ସରକାର । ଦେଶରେ ଦୃତ ଗତିରେ ଜନ୍ମହାର କମୁଥିବା ବେଳେ ଜନ୍ମହାରରେ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରୋତ୍ସାହନମୂଳକ ପଦକ୍ଷପ ଗ୍ରହଣ କରୁଛନ୍ତି ।

ଦମ୍ପତ୍ତି ଅଧିକ ସନ୍ତାନ ଜନ୍ମ କରିବା ପାଇଁ ସରକାର ବିଭିନ୍ନ ଲୋଭନୀୟ ସ୍କିମ୍ ପ୍ରଣୟନ କରୁଛନ୍ତି । ସୂଚନା ଅନୁଯାୟୀ, ଚୀନର ଚାଙ୍ଗଶନ ରାଜ୍ୟର ଅଫିସିଆଲ ଉଇଚାର୍ଟ ଆକାଉଣ୍ଟରେ ଏହାକୁ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତିରେ ସଠିକ୍ ବୟସରେ ବିବାହ ଏବଂ ସନ୍ତାନ ଜନ୍ମ କରୁଥିବା ବ୍ୟକ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯିବା ନେଇ ଲେଖାଯାଇଛି । ୬ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ହ୍ରାସ ପାଉଥିବା ଜନସଂଖ୍ୟା ଚୀନ୍ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହାର ସମାଧାନ ପାଇଁ ସରକାର ବିଭିନ୍ନ ପନ୍ଥା ଖୋଜୁଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଚାଙ୍ଗଶନର ସାଧାରଣ ବ୍ୟାପାର ମନ୍ତ୍ରୀଙ୍କ ଅନୁଯାୟୀ, ରାଜ୍ୟରେ ଗତବର୍ଷ ୬.୮୩ ମିଲିୟନ ବ୍ୟକ୍ତିଙ୍କ ବିବାହ ହୋଇଛି ।

ଯାହାକି ୨୦୧୩ ମସିହାର ଅଧାରୁ ବି କମ୍ । ୨୦୧୩ ମସିହାରେ ୧୩.୪୭ ଲୋକଙ୍କ ବିବାହ ରେଜିଷ୍ଟ୍ରେସନ୍ ହୋଇଛି । ଯାହା ୧୯୮୬ ମସିହା ପରଠାରୁ ସବୁଠାରୁ କମ୍ ପରିସଂଖ୍ୟାନ । ଜାତୀୟ ପରିସଂଖ୍ୟାନ ବ୍ୟୁରୋ ଅନୁଯାୟୀ, ଚାଇନାରେ ବିବାହ ପାଇଁ ଆଇନଗତ ବୟସ ସୀମା ପୁରୁଷଙ୍କ ପାଇଁ ୨୨ ଏବଂ ମହିଳାଙ୍କ ପାଇଁ ୨୦ ବର୍ଷ ରହିଛି । କିନ୍ତୁ ବିବାହ କରୁଥିବା ଦମ୍ପତିଙ୍କ ସଂଖ୍ୟା ହ୍ରାସ ପାଉଛି । ସରକାରୀ ନୀତି ଯୋଗୁଁ ଜନ୍ମହାର ମଧ୍ୟ ହ୍ରାସ ପାଇଛି । ଲୋକମାନେ ବିବାହ କି ପରିବାର ବୃଦ୍ଧିକୁ ଗୁରିତ୍ୱ ଦେଉ ନାହାନ୍ତି । ତେଣୁ ସରକାର ବିବାହ କରିବା ଏବଂ ସନ୍ତାନ ଜନ୍ମ କରିବା ଉପରେ ଗୁରୁତ୍ୱାରୋପ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking