ଭୁବନେଶ୍ୱର: ଠକ ଲୁଟୁଛନ୍ତି ମାଟ୍ରିମନିରୁ । ସୁନ୍ଦରୀ ଝିଅଙ୍କୁ ମାୟାଜାଲରେ ଫସାଇବା ସହ ତାଙ୍କ ସହ ଲିଭ ଇନରେ ରହି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ସେହି ଟଙ୍କାରେ ଅଏସ ଆରମ କରୁଥିଲେ ଯୁବକ ଜଣଙ୍କ ଓ ଫିଲ୍ମ କାହାଣୀ ଭଳି ଲାଗୁଥିବା ଘଟଣା ରାଜଧାନୀ ଭୁବନେଶ୍ୱରରେ ସାମ୍ନାକୁ ଆସିଛି । ଜଣେ ଆଇଟି ଇଞ୍ଜିନିୟର ମହିଳାଙ୍କୁ ୩ ଲକ୍ଷ ଟଙ୍କାର ଚୁନା ଲଗାଇବା ପରେ ସାମ୍ନାକୁ ଆସିଛି ରୋମିଓ ଠକର ରିଅଲ ଚେହେରା । ଜୀବନସାଥିର ଲୋଭ ଦେଖାଇ ୩ରୁ ଅଧିକ ମହିଳାଙ୍କ ଜୀବନ ବର୍ବାଦ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଅଭିଯୁକ୍ତ ଠକକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ରାଜଧାନୀରେ ଦିନକୁ ଦିନ ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଦୁର୍ବୃତ୍ତ ଆପାର୍ଟମେଣ୍ଟରୁ ତ କେତେ ବେଳେ ବିଚ୍ ରାସ୍ତାରୁ ଚୋରି କରୁଛନ୍ତି । ଏନେଇ କମିଶନରେଟ୍ ପୋଲ୍ସ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଛି ।