29.1 C
Bhubaneswar
Wednesday, May 28, 2025
Homeଦେଶ ବିଦେଶଏହି ସବୁ ଖାଦ୍ୟ ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! ନଚେତ ଆପଣ କମ ବୟସରେ ହୋଇପାରନ୍ତି...

ଏହି ସବୁ ଖାଦ୍ୟ ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! ନଚେତ ଆପଣ କମ ବୟସରେ ହୋଇପାରନ୍ତି ଅନ୍ଧ…..

ନୂଆଦିଲ୍ଲୀ: ସରଳ, ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବା ପାଇଁ ଖରାପ ଖାଦ୍ୟାଭ୍ୟାସରୁ ଦୂରରେ ରହିବା ନିହାତି ଜରୁରୀ ଅଟେ। ସାଧାରଣତଃ ଖରାପ ଖାଦ୍ୟ ଦ୍ୱାରା ଆମର ଆଭ୍ୟନ୍ତରୀଣ ଅଙ୍ଗ ଗୁଡି଼କ ବ୍ୟାପକ ପରିମାଣରେ କ୍ଷତିଗ୍ରସ୍ତ ହୁଏ। ତେବେ କେଉଁ ଖାଦ୍ୟ ଶରୀର ପାଇଁ କ୍ଷତିକାରକ ଏହା ସମସ୍ତେ ଜାଣିଥିବେ ନିଶ୍ଚୟ।

ତେବେ ଆପଣ ମାନେ ଜାଣିଛନ୍ତି କି?, ଖରାପ ଖାଦ୍ୟ ଆପଣଙ୍କର ଆଖି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ବୈଜ୍ଞାନିକଙ୍କ କହିବା ଅନୁସାରେ, କିଛି ଖାଦ୍ୟରେ ଥିବା ଅସ୍ୱାସ୍ଥ୍ୟକର ତତ୍ତ୍ୱ ଧିରେ ଧିରେ ଆମ ଆଖିର ଦେଖିବା ଶକ୍ତି ସମୟ ପୂର୍ବରୁ କମାଇବା ସହ ଦୃଷ୍ଟିଶକ୍ତି ହରାଇବାର ମୁଖ୍ୟ କାରଣ ପାଲଟିଥାଏ । ତେବେ ଖରାପ ଖାଦ୍ୟ ଅଭ୍ୟାସ ବିଭିନ୍ନ ଆଖି ଜନିତ ରୋଗର କାରଣ ସାଜିଥାଏ ବୋଲି ବୈଜ୍ଞାନିକମାନେ ମତ ବ୍ୟକ୍ତ କରିଛନ୍ତି। ଆଖି ପ୍ରତ୍ୟେକ ମଣିଷ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଟେ ।

ସାଧାରଣ କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ: ବଜାରରେ ମିଳୁଥିବା ସ୍ୱାଦିଷ୍ଟ ପାସ୍ତା ଓ ଧଳା ବ୍ରେଡ଼ରେ ଥିବା କାର୍ବ୍ସ ଆଖିର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ଏହା ରକ୍ତରେ ମିଶି ଶର୍କରାର ପରିମାଣ ବୃଦ୍ଧି କରେ। ରକ୍ତ ଶର୍କରା ଆମ ଶରୀରର ବିଭିନ୍ନ କାର୍ଯ୍ୟ କରିବା ପାଇ ଶକ୍ତି ଯୋଗାଇ ଥାଏ। କିନ୍ତୁ ଅତ୍ୟଧିକ ଶର୍କରା ମଧୁମେହର କାରଣ ହୋଇଥାଏ । ଅଧିକ କାର୍ବୋହାଇଡ୍ରେଟ୍ଯୁ କ୍ତ ଖାଦ୍ୟ ଓଜନ ବଢାଇବା ସହ କୋଲେଷ୍ଟ୍ରଲ ମଧ୍ୟ ବଢାଇ ଥାଏ। ଏହା ଫଳରେ ହୃଦଘାତ୍ ହେବାର ଆଶଙ୍କା ବୃଦ୍ଧି ପାଇଥାଏ।

 ସୋଡିୟମ୍ ଯୁକ୍ତ ଖାଦ୍ୟ: ମାତ୍ରାଧିକ ସୋଡିୟମ୍ ଥିବା ଖାଦ୍ୟ ତଥା ଅଧିକ ଲୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ହୋଇଥାଏ। ଅନ୍ୟ ସୋଡିୟମ୍ ଯୁକ୍ତ ଖାଦ୍ୟ ଗୁଡି଼କ ହେଲା ହଟ୍‌ ଡଗ୍‌  ବ୍ୟାକୋନ୍  ଗରିଷ୍ଠ ମାଂସ, କ୍ୟାନ୍‌ ଫୁଡ଼  । ସମୟ ସହିତ ଉଚ୍ଚ ରକ୍ତଚାପ ଆଖି ଉପରେ କୁପ୍ରଭାବ ପକାଇଥାଏ। ଏହାଛଡା ରେଟିନା ତଳେ ତରଳ ପଦାର୍ଥର ଆସ୍ତରଣ ତିଆରି କରିବା ସହ ସ୍ନାୟୁ ଗୁଡିକରେ ରକ୍ତ ସଞ୍ଚାଳନ ବନ୍ଦ କରିପାରେ। ଏହାର ପ୍ରଭାବରେ ଦୃଷ୍ଟି ଶକ୍ତି କମିବା ସହ ଆଖି ଖରାପ ହେବାର ସମ୍ଭାବନାକୁ ବଢାଇ ଦେଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking