30.1 C
Bhubaneswar
Saturday, June 21, 2025
Homeଦେଶ ବିଦେଶବାକି ବଳୁଥିବା ଚା' କୁ ଗରମ କରିକି ପିଉଥିଲେ ସାବଧାନ !

ବାକି ବଳୁଥିବା ଚା’ କୁ ଗରମ କରିକି ପିଉଥିଲେ ସାବଧାନ !

ନୂଆଦିଲ୍ଲୀ : ଭାରତୀୟ ଖାଦ୍ୟପେୟରେ ଚା’ର ରହିଛି ସ୍ବତନ୍ତ୍ର ଭୂମିକା । ସକାଳ ଶଯ୍ୟା ତ୍ୟାଗ ପରଠାରୁ ଆରମ୍ଭ ହୋଇଯାଏ ଚା’ର ଆସର । ଘରକୁ ବନ୍ଧୁ ପରିଜନ ଆସିଲେ ପ୍ରଥମେ ପରସା ଯାଏ ଚା’ । ଅଧିକାଂଶ ପରିବାରରେ ଦିନକୁ ଦୁଇରୁ ତିନି ଥର ଚା’ ପ୍ରସ୍ତୁତ ହେଉଥିବ ନିଶ୍ଚୟ । ଏକ ଅଭ୍ୟାସ ଥାଏ କି ପୂର୍ବ ପ୍ରସ୍ତୁତ ଚା’କୁ ଗରମ କରି ପିଇଦେବା କିମ୍ବା ସେଥିରେ ମିଶାଇ ଆଉ କିଛି ପରିମାଣରେ ନୂଆ ପ୍ରସ୍ତୁତ କରିଦେବା, ଯଦି ଆପଣ ମଧ୍ୟ ଏପରି ଅଭ୍ୟାସ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ ! ପୂର୍ବରୁ ତିଆରି ଚା’କୁ ବାରମ୍ବାର ପିଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ । ତେବେ ଏହାର କି କି ଅପକାରୀ ଗୁଣ ରହିଛି, ଜାଣନ୍ତୁ…

ପ୍ରତ୍ୟେକ ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହୋଇ ବାହାରେ ରହିବା ଫଳରେ ଖରାପ ହୋଇଯାଇଥାଏ । ସେହିପରି ଚା’ ମଧ୍ୟ । ଚା’ ତିଆରି କରିବା ପରେ ବାରମ୍ବାର ଗରମ କରିବାର ସବୁଠାରୁ ବଡ ଅସୁବିଧା ହେଉଛି ଏହା କେବଳ ସ୍ୱାଦ ହରାଏ ନାହିଁ ବରଂ ଚା’ ଭିତରେ ଥିବା ପୋଷକ ତତ୍ତ୍ୱକୁ ମଧ୍ୟ ନଷ୍ଟ କରିଦିଏ । ଗରମ ଚା’ ପିଇବା ଦ୍ୱାରା ହଜମ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ବାନ୍ତି, ଝାଡ଼ା ଭଳି ସମସ୍ୟା ମଧ୍ୟ ଦେଖା ଦେଇପାରେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking