ଭୁବନେଶ୍ୱର: ରିଲସ କରୁଥିଲେ ସାବଧାନ । ରିଲସ ନାରେ ଆଇନ ଉଲଂଘନ କଲେ କାର୍ୟ୍ୟାନୁଷ୍ଠାନ ନେବ ପୋଲିସ। ଓଡିଶା ପୋଲିସ ର ଟ୍ୱିଟ ପରେ ସତର୍କ କଲେ ଡିସିପି । ବିପଦପୂର୍ଣ୍ଣ ସ୍ଥାନରେ ରିଲସ ନ କରିବାକୁ ଯୁବପିଢ଼ିଙ୍କୁ ପରାମର୍ଶ । ପାହାଡ଼, ଟ୍ରେନ ଟ୍ରାକ, ଗଭୀର ପାଣି ସ୍ଥାନ ମାନଙ୍କରେ କରନ୍ତୁ ନାହିଁ ରିଲସ । ସୋସିଆଲ ମିଡ଼ିଆକୁ ଅପବ୍ୟବହାର କଲେ କାର୍ୟ୍ୟାନୁଷ୍ଠନ କରାଯିବ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଙ୍କ ସୂଚନା ।