37.1 C
Bhubaneswar
Saturday, May 18, 2024
Homeଓଡିଶାସାବଧାନ! ଜମିବିକ୍ରିର ଭରସା ଦେଇ ପରେ ଭଣ୍ଡାଇ ଲୁଟୁଛନ୍ତି ଠକ 

ସାବଧାନ! ଜମିବିକ୍ରିର ଭରସା ଦେଇ ପରେ ଭଣ୍ଡାଇ ଲୁଟୁଛନ୍ତି ଠକ 

ମୟୂରଭଞ୍ଜ : ଗାଁ ଗହଳିରେ ସକ୍ରିୟ ହୋଇଛନ୍ତି ଜମିଦଲାଲ ଠକ ଗୋଷ୍ଠୀ। ସାଧାରଣ ନିରୀହ ଲୋକଙ୍କୁ ଭଣ୍ଡେଇ ହରିଲୁଟ କରିବା ପାଇଁ ନୂଆ ନୂଆ କୌଶଳ ଆପନାଉଛନ୍ତି ଠକ ଜମି ଦଲାଲମାନେ। ସ୍ଥିତିବାନ ପ୍ଲଟ ଦେଖାଇ ବିକ୍ରିଥିବା ଭରସା ସୃଷ୍ଟି କରି ମୋଟାଅଙ୍କର ଟଙ୍କା ଅଗ୍ରୀମ ନେଇ ପରେ ଜମି ପ୍ରତିପକ୍ଷଙ୍କୁ ରେଜେଷ୍ଟ୍ରି କରିଦେବା ବଦଳରେ ଠକାମୀର ଶିକାର କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ପରେ ଏହାକୁନେଇ ଦୁଇପକ୍ଷଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବାରୁ ଆପୋଷ ବୁଝାମଣା ଉଦ୍ୟମ କରି ଠକଗୋଷ୍ଠୀଙ୍କ ଧମକଚମକ ସହ ଆକ୍ରମଣର ଶିକାର ହୋଇଛନ୍ତି ସ୍ଥାନୀୟ ୱାର୍ଡସଭ୍ୟ ମାନସ କୁମାର ବେହେରା। ଏନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଫଳଶୂନ୍। ଯାହା ସ୍ଥାନୀୟ ପୋଲିସ ଏବଂ ଠକଗୋଷ୍ଠୀ ମଧ୍ୟରେ ଏକ ଭିତିରି ବୁଝାମଣା ହୋଇଥିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି।

ତେବେ ଠକଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବଦଳରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ନୀରବତା ପ୍ରତିବାଦରେ ଜିଲ୍ଲା ଏସ ପି ଙ୍କ ଠାରେ ଲିଖିତ ଅଭିଯୋଗ କରି ନ୍ୟାୟ ପାଇଁ ଜଣାଇଛନ୍ତି ଆକ୍ରମଣର ଶିକାର ୱାର୍ଡସଭ୍ୟ ମାନସ କୁମାର ବେହେରା। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ବେତନାସିଆ ଗ୍ରାମରେ। ସୂଚନାଯୋଗ୍ୟ କାଁଥି ଗ୍ରାମର ଯୁବକ ରାଧାଶ୍ୟାମ ବାରିକ ସୈନ୍ୟବାହିନୀରେ ଚାକିରି କରିଛନ୍ତି। ତାଙ୍କ ମନରେ ଜମି କିଣିବା ପାଇଁ ଇଚ୍ଛା ସୃଷ୍ଟି ହେଲା। ଏହି ସମୟରେ ଗ୍ରାମର ବିସବ କୁମାର ବେହେରାଙ୍କ ପତ୍ନୀ ରିନାରାଣୀ ବେହେରା ଏବଂ ଝିଅ ଦିବ୍ୟଜ୍ୟୋତି ବେହେରା ତାଙ୍କର ଏକ ଜମି ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି କହି ବିଭିନ୍ନ ପର୍ଯ୍ୟାୟରେ ଅଗ୍ରୀମ ଭାବରେ ୮ ଲକ୍ଷଟଙ୍କା ନେଇଛନ୍ତି ରାଧାଶ୍ୟାମ ବାରିକଙ୍କ ଠାରୁ।

ପରେ ଜମି ରେଜେଷ୍ଟ୍ରି କରିବାକୁ ଅମଙ୍ଗ ହେବା ସହିତ ଟଙ୍କା ନେଇଥିବା ଅସ୍ବୀକାର କରି ଆସୁଛନ୍ତି। ଆଉ ଏହି ଯୋଜନା କାର୍ଯ୍ୟକାରୀ କରି ସୁପରିକଳ୍ପିତ ଭାବେ ଠକିବା ପାଇଁ ରିନାରାଣି ଙ୍କୁ ସାହାଯ୍ୟ କରୁଥିଲେ ଝିଅ ଦିବ୍ୟଜ୍ୟୋତି ବେହେରା ଓ ପୁଅ ଜଗତଜୀବନ ବେହେରା। ମାତ୍ର ଜଣେ ଯବାନ ପରିବାର ସହ ନିଜ ଖୁସିକୁ ପଛରେ ପକାଇ ଦେଶ ମାତୃକାର ସେବା କରିବାର ଗୁରୁଦାୟିତ୍ବ କାନ୍ଧକୁନେଇ ଖରାବର୍ଷା, ଶୀତକାକରକୁ ଖାତିରିନକରି ସୀମାରେ ଜଗିରହି ଦେଶ ଓ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ନିଜ ଜୀବନକୁ ବାଜିରେ ଲଗାଉଛି। ସମସ୍ତେ ବୀର ଯବାନଙ୍କୁ ଆଦର କରିବା ସହ ସମ୍ମାନ ପ୍ରଦର୍ଶନ କରୁଛନ୍ତି। ହେଲେ ଏମାନେ ମଣିଷପଣିଆ ଭୁଲିଯାଇ ଜଣେ ଯବାନଙ୍କ ଠାରୁ ଟଙ୍କା ଠକିନେବା ବାସ୍ତବରେ ସଭ୍ୟ ସମାଜ ପାଇଁ ଲଜ୍ୟାଜନକ ଘଟଣା ବୋଲି ଆଲୋଚନା ହେଉଛି।

ସେହିପରି ଏମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଏମିତି କି ଦାୟର ମାମଲାରେ ଭାଇ ଜଗତଜୀବନ ଓ ଭଉଣୀ ଦିବ୍ୟଜ୍ୟୋତି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ସର୍ତ୍ତ ଭିତ୍ତିକ ଜାମିନରେ ମୁକୁଳିଛନ୍ତି। ମାତ୍ର ଏମାନଙ୍କ ମାଆ ରିନାରାଣୀ ଙ୍କ ଜାମିନ ଆବେଦନ ଉଚ୍ଚ ନ୍ୟାୟାଳୟ ନାକଚ କରିବାରୁ ଏବେ ଫେରାର ରହିଥିବା ଜଣାପଡିଛି। ଅନ୍ୟପଟେ ଏହି ସମ୍ବେଦନଶୀଳ ଘଟଣାକୁ ରାସଗୋବିନ୍ଦପୁର ଥାନା ପୋଲିସ ବିଶେଷ ଗୁରୁତ୍ୱ ପ୍ରଦାନ କରିବା ଆବଶ୍ୟକତା ଥିଲା ବେଳେ ତାହା ନ କରି ଫେରାର ପାଇଁ ସୁଯୋଗ ଦେବା ପଛରେ କିଛି ନା କିଛି ରହସ୍ୟ ସାଙ୍ଗକୁ ନିଶ୍ଚିତ ଏକ ଅଲିଖିତ ଡିଲ ହୋଇଥିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ସ୍ଥାନୀୟ ପୋଲିସର ନୀରବତା ପ୍ରତିବାଦରେ ଆକ୍ରମଣର ଶିକାର ହୋଇଥିବା ଏବଂ ଏବେ ମାରଣାନ୍ତକ ଧମକଚମକର ସମ୍ମୁଖୀନ ହେଉଥିବା ନିର୍ବାଚିତ ସ୍ଥାନୀୟ ଜନପ୍ରତିନିଧି ମାନସ କୁମାର ବେହେରା ଜିଲ୍ଲା SP ଙ୍କୁ ଲିଖିତ ଅଭିଯୋଗରେ ଜଣାଇଥିଲା ବେଳେ ଆଗକୁ କିପ୍ରକାର ପଦକ୍ଷେପ ନେଉଛି ପୋଲିସ ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking