27.1 C
Bhubaneswar
Wednesday, June 26, 2024
Homeଓଡିଶାଆଜି ବସୁମତୀ ସ୍ନାନ

ଆଜି ବସୁମତୀ ସ୍ନାନ

ଭୁବନେଶ୍ୱର : ଆଜି ରଜ ଉତ୍ସବର ଚତୁର୍ଥ ଦିନ ଅର୍ଥାତ୍‌ ବସୁମତୀ ସ୍ନାନ। ବସୁମତୀ ସ୍ନାନ ହେଉଛି ହେଉଛି ରଜ ପର୍ବର ଅନ୍ତିମ ଦିବସ। ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ। ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ। ଓଡ଼ିଆ ପରମ୍ପରାରେ ଏହି ଦିନରୁ ବେଶ୍‌ ଗୁରୁତ୍ୱ ରହିଛି। ଏହି ଦିନ ଘରେ ଘରେ ମା’ ଧରିତ୍ରୀଙ୍କର ପୂଜା କରାଯାଇଥାଏ। ରଜସ୍ୱାଳା ନାରୀ ଭଳି ତିନିଦିନ ଅସ୍ପୃଶ୍ୟ ହୋଇ ରହିବା ପରେ ଚତୁର୍ଥ ଦିନ ସକାଳୁ ସ୍ନାନ କରି ପବିତ୍ର ହୋଇଥାଆନ୍ତି ଧରଣୀ ମା’। ଧରଣୀ ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ଶସ୍ୟ ବୀଜ ଧାରଣକାରିଣୀ ହୋଇଥାନ୍ତି। ରଜ ପର୍ବ ମୁଖ୍ୟତଃ ୩ଦିନ ପାଳନ କରାଯାଏ। ପହିଲି ରଜ, ରଜ ସଂକ୍ରାନ୍ତି, ଭୂମି ଦହନ ବା ବସୁମତୀ ସ୍ନାନ। ବସୁମତୀ ସ୍ନାନ ହେଉଛି ରଜର ଶେଷ ଦିନ। ଏହି ଦିନ ବଡ଼ି ଭୋରରୁ ଶିଳପୁଆରେ ହଳଦୀ, ସିନ୍ଦୂର ଲଗାଇ ମାତାଙ୍କ ସ୍ୱରୂପକୁ ପିଢା ଉପରେ ସ୍ଥାପନ କରି କଳସ ରଖି ପୂଜା କରାଯାଏ। ନୂଆ ପିଢ଼ା, ନୂଆଲୁଗା, ହଳଦୀ, ଶିଳପୁଆ, ଲଙ୍ଗଳ ଲୁହା, ଚନ୍ଦନ, ସିନ୍ଦୂର ଏମିତିକି ଯେତେ ଯେତେ ଉପଯୋଗୀ ଉପଚାର ଭୂମିପୂଜା ପାଇଁ ଲୋଡ଼ା ସମସ୍ତ ଜିନିଷ ଯୋଗାଡ଼ କରାଯାଏ । ଆଷାଢ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ। ପୃଥିବୀ ମା’କୁ ମାତା ଭାବେ ବିବେଚନା କରାଯାଇ ବର୍ଷାର ଆଗମନରେ ସେ ରଜସ୍ୱଳା ହୋଇଥାଆନ୍ତି। ଏହାପରେ ନୂତନ ଶସ୍ୟ ଉତ୍ପନ ହୋଇଥାଏ। ତେଣୁ ଏହି ତିନି ଦିନ ଚାଷୀମାନେ ହଳଲଙ୍ଗଳ ବ୍ୟବହାର ନକରି ଚାଷ କାର‌୍ୟ୍ୟରୁ ତିନିଦିନ ପାଇଁ ବିରତି ନେଇଥାଆନ୍ତି। ଆମ ଦେଶ କୃଷି ପ୍ରଧାନ ଦେଶ। ମାଟି ମା ବହୁ ପ୍ରକାରର ଫସଲ ଆମ ହାତେ ଅଜାଡ଼ି ଦେଇଥାଆନ୍ତି।ଏହି ଦିନ ଗୁଡିକରେ ଠାକୁର ପୂଜା, ଭୂମି ଦହନ, କଟା କାଟି ନାରୀ ମାନଙ୍କ ପାଇଁ ମନା । ରଜସ୍ବଳା ନାରୀ ଟିର ଚତୃର୍ଥୀ ଦିନ ସ୍ନାନ କରି ଶୁଦ୍ଧି ହୁଏ । ବସୁମତୀ ମା ମଧ୍ୟ ସେମିତି ତିନି ଦିନ ପରେ ସ୍ନାନ କରନ୍ତି । ଏହି ଦିନକୁ “ବସୁମତୀ ସ୍ନାନ” କୁହାଯାଏ । ଅନେକ ଏହାକୁ “ଲଷ୍ମୀ ଗାଧୁଆ ” ଭାବେ ମଧ୍ୟ ପାଳନ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking