26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ବର୍ଷା

ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ବର୍ଷା

ଭୁବନେଶ୍ୱର : କେନ୍ଦ୍ରାପଡ଼ା ସାଂସଦ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ ମାମଲାରେ ପୁଣି ଏକ ନୂଆ ଖବର ଯୋଡ଼ ହୋଇଛି । ଆଜି ଏହି ମାମଲାରେ ସୁପ୍ରିମକୋର୍ଟ ଯାଇଛନ୍ତି ଅଭିନେତ୍ରୀ ବର୍ଷା । ଏହି ମାମଲାକୁ କଟକ ଫାମିଲି କୋର୍ଟକୁ ସ୍ଥାନାନ୍ତର କରିବାକୁ ସେ ସୁପ୍ରିମକୋର୍ଟରେ ଅନୁରୋଧ କରିଛନ୍ତି । ଏହୀ ମାମଲା ଲଢିବାକୁ ସେ ଯାଇପାରିବେନି ବୋଲି କହିଥିଲେ ।ଏନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ଓକିଲ ପୂର୍ବରୁ ଅବଗତ କରାଇଥିଲେ ।

ସୂଚନାଅନୁଯାୟୀ, ବର୍ଷାଙ୍କ ସ୍ୱାମୀ ତଥା ସାଂସଦ ଅନୁଭବ ମହାନ୍ତି ପଟିଆଲା ହାଉସ କୋର୍ଟରେ ଛାଡ଼ପତ୍ର ମାମଲା ଦାୟର କରିଥିଲେ । ଏହି ମାମଲାକୁ ପଟିଆଲା କୋର୍ଟରୁ ସ୍ଥାନାନ୍ତର କରିବାକୁ ବର୍ଷା ଆବେଦନ କରିଛନ୍ତି ।
ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅନୁଭବ ମହାନ୍ତି ପିଟିସନ ଫାଇଲ କରିଛନ୍ତି । ସେ ଛାଡପତ୍ର ପିଟିସନ ଦାଖଲ କରିଥିବା ସୂଚନା ମିଳିଛି । ୪୭ ପୃଷ୍ଠାର ପିଟିସନରେ ପତ୍ନୀ ବର୍ଷାଙ୍କ ବିରୋଧରେ ଅନୁଭବ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଶାରୀରିକ ସଂପର୍କ ପାଇଁ ବର୍ଷା ରାଜି ହେଉନଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ । ଶାରୀରିକ ସଂପର୍କ ସ୍ଥାପନ ନ ହେବାରୁ ଅସହଜ, ଅସୁଖୀ ମନେ କରୁଥିଲେ ଅନୁଭବ । ବାହାଘରର ପ୍ରଥମ ଦିନ ସଂପର୍କ ରଖିବାକୁ ବର୍ଷା ଅରାଜି ଥିଲେ । ଶାରୀରିକ ସଂପର୍କ ରଖିବାକୁ ବର୍ଷା ୩/୪ ମାସ ସମୟ ମାଗିଥିଲେ । ଅନୁଭବ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମୟ ଦେଇଥିଲି । ରାଜ୍ୟସଭା ସାଂସଦ ହେବା ପରେ ଦିଲ୍ଲୀରେ ବର୍ଷାଙ୍କ ସହ ରହିଥିଲି । ଦିଲ୍ଲୀରେ ଶାରୀରିକ ସଂପର୍କ ରଖିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ ଅନୁଭବ । ଦିଲ୍ଲୀ ରହଣି ପରେ ଉଭୟେ କଟକ ଫେରିଥିଲୁ । କଟକକୁ ଫେରିବା ପରେ ବର୍ଷା ଖୁସିଥିବା ଉଲ୍ଲେଖ କରିଛନ୍ତି ଅନୁଭବ । ପରେ କଟକ ଫେରିଲେ ଆମର ସଂପର୍କ ରହିବ ବୋଲି କହିଥିଲେ ବର୍ଷା । କିନ୍ତୁ ସେ ସଂପର୍କ ନରଖି ପୁଣି ୭/୮ ମାସ ସମୟ ମାଗିଥିଲେ । ବର୍ଷା କେବେ ବୈବାହିକ ଖୁସି ଦେଇନଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ । ବର୍ଷା ସବୁବେଳେ ଅନୁଭବଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ । ଶାଶୁଘରେ ନରହି ଅଧିଂକାଶ ସମୟ ବାପଘରେ ରହୁଥିଲେ ବର୍ଷା । ସେ ଶାଶୂଘର ଖାଦ୍ୟ ପସନ୍ଦ କରୁନଥିବା ଅନୁଭବ ଅଭିଯୋଗ କରିଛନ୍ତି । ଅନୁଭବ ଆହୁରି ମଧ୍ୟ କହିଛନ୍ତି, ଶାଶୁଘର ଲୋକଙ୍କ ସହ ସେ ମିଶୁନଥିଲେ, ବାପଘର ଯିବାକୁ ବାହାନା କରୁଥିଲେ । ସହଅଭିନେତ୍ରୀଙ୍କ ସହ ସଂପର୍କ ଥିବା ମିଥ୍ୟା ଅଭିଯୋଗ କରୁଥିଲେ ବର୍ଷା । ମିଥ୍ୟା କେସରେ ତାଙ୍କୁ ଓ ତାଙ୍କ ପରିବାରକୁ ଫସାଇବାକୁ ଧମକ ଦେଉଥିଲେ ବର୍ଷା । ବାପଘର ଲୋକଙ୍କ ଆଗରେ ବର୍ଷା ଅନୁଭବଙ୍କୁ ଅପମାନିତ କରୁଥିଲେ । ବାଧ୍ୟ ହୋଇ ବର୍ଷାଙ୍କୁ ତାଙ୍କ ଇଚ୍ଛାରେ ବଂଚିବାକୁ ଛାଡି ଦେଇଥିଲି । ଭଲ ପତ୍ନୀ ଓ ଭଲ ବୋହୂ ହେବାରେ ବର୍ଷା ବିଫଳ ହୋଇଛନ୍ତି । ବର୍ଷାଙ୍କ ସହ ରହିବାକୁ ଅନିଚ୍ଛା ପ୍ରକାଶ କରିଥିବା ପିଟିସନରେ ଅନୁଭବ ଉଲ୍ଲେଖ କରିଛନ୍ତି । ୨୦୧୯ ମେ ୧ରୁ ଦୁହେଁ ଅଲଗା ରହିଆସୁଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking