29.1 C
Bhubaneswar
Saturday, July 27, 2024
Homeଖେଳବରୁଣ ଆରୋନ୍‌ଙ୍କ ଅବସର ଘୋଷଣା

ବରୁଣ ଆରୋନ୍‌ଙ୍କ ଅବସର ଘୋଷଣା

ଜାମସେଦପୁର: ଝାଡ଼ଖଣ୍ଡ ପକ୍ଷରୁ ରଣଜୀ ଟ୍ରଫି ମ୍ୟାଚ୍ ଖେଳୁଥିବା ପୂର୍ବତନ ଭାରତୀୟ ଫାଷ୍ଟ୍ ବୋଲର୍ ଅବସର ଘୋଷଣା କରିଛନ୍ତି । ରାଜସ୍ଥାନ ବିପକ୍ଷ ମ୍ୟାଚ୍ ପରେ ସେ ଲାଲ୍‌ବଲ୍ କ୍ରିକେଟ୍‌କୁ ଅଲବିଦା କହିବେ । ୨୦୦୮ ରଣଜୀ ଟ୍ରଫି ଲିଗ୍ ମ୍ୟାଚ୍‌ରେ ପ୍ରଥମ ଶ୍ରେଣୀ ପଦାର୍ପଣରୁ ବରୁଣଙ୍କ ଲାଲ୍‌ବଲ୍ ଯାତ୍ରା ଆରମ୍ଭ ହୋଇଥିଲା । ଇଏସ୍‌ପିଏନ୍ କ୍ରିକ୍‌ଇନ୍‌ଫୋକୁ ବରୁଣ କହିଛନ୍ତି, ଫାଷ୍ଟ୍ ବୋଲର୍ ହୋଇଥିବାରୁ ତାଙ୍କୁ ଅନେକ ସମୟରେ ଆଘାତ ଲାଗିଛି । ଫଳରେ ଆଗକୁ ଲାଲ୍‌ବଲ୍ କ୍ରିକେଟ୍‌ରେ ଫାଷ୍ଟ୍ ବୋଲିଂ ଜାରି ରଖିବା ପାଇଁ ଶରୀର ଅନୁମତି ଦେବନାହିଁ । ତେଣୁ ସେ ଏହି ନିଷ୍ପତ୍ତି ନେଇଛନ୍ତି ।

ଏହା ମୋ ପରିବାର ଏବଂ ଜାମସେଦପୁରର ଲୋକଙ୍କ ସାମ୍ନାରେ ତାଙ୍କର ଶେଷ ମ୍ୟାଚ୍ ହୋଇପାରେ । ଏହିଠାରୁ କ୍ୟାରିୟର୍ ଆରମ୍ଭ କରିଥିବାରୁ ଏହା ତାଙ୍କ ପାଇଁ ବହୁ ଭାବନାତ୍ମକ ବୋଲି ବରୁଣ କହିଛନ୍ତି । ବରୁଣ ଭାରତ ପାଇଁ ୨୦୧୧ରେ ଡେବ୍ୟୁ କରିଥିଲେ । ତେବେ ଆଘାତ କାରଣରୁ ତାଙ୍କ କ୍ୟାରିୟର୍ ଲମ୍ବା ହୋଇପାରି ନଥିଲା । ସେ ଭାରତ ପକ୍ଷରୁ ୯ ଟେଷ୍ଟ ମ୍ୟାଚ୍ ଖେଳି ୧୮ ଏବଂ ୯ ଦିନିକିଆ ମ୍ୟାଚ୍ ଖେଳି ୧୧ ୱିକେଟ୍ ହାସଲ କରିଛନ୍ତି । ଭାରତ ପକ୍ଷରୁ ସେ ଶେଷ ମ୍ୟାଚ୍ ୨୦୧୫ରେ ଖେଳିଥିଲେ । ସେହିପରି ୬୫ ପ୍ରଥମଶ୍ରେଣୀ ମ୍ୟାଚ୍‌ରେ ସେ ୩୩.୭୪ ହାରାହାରିରେ ୧୬୮ ୱିକେଟ୍ ନେଇଛନ୍ତି । ଏହା ବ୍ୟତୀତ ୮୪ ଲିଷ୍ଟ୍‌-ଏ’ ମ୍ୟାଚ୍‌ରେ ତାଙ୍କ ନାମରେ ୧୩୮ ୱିକେଟ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking