28.3 C
Bhubaneswar
Thursday, June 18, 2026
Homeଦେଶ ବିଦେଶଚର୍ଚ୍ଚାରେ ନ୍ୟାସନାଲ ହେରାଲ୍ଡ କି ଲୁଟ୍‌’ ଲେଖାଥିବା ବାଂଶୁରୀ ସ୍ୱରାଜଙ୍କ ବ୍ୟାଗ୍‌

ଚର୍ଚ୍ଚାରେ ନ୍ୟାସନାଲ ହେରାଲ୍ଡ କି ଲୁଟ୍‌’ ଲେଖାଥିବା ବାଂଶୁରୀ ସ୍ୱରାଜଙ୍କ ବ୍ୟାଗ୍‌

ନୂଆଦିଲ୍ଲୀ: ଏକ ଦେଶ, ଏକ ନିର୍ବାଚନ ନେଇ ଆଜି ସଂସଦ ଭବନରେ ଜେପିସି ବୈଠକ ଥିବା ବେଳେ ବୈଠକରେ ଯୋଗଦେବାକୁ ପହଞ୍ଚିଥିଲେ ବିଜେପି ସାଂସଦ ବାଂଶୁରୀ ସ୍ୱରାଜ। ତେବେ ବାଂଶୁରୀ ଏପରି ଏକ ବ୍ୟାଗ୍ କାନ୍ଧରେ ପକାଇଥିବା ଦେଖିବାକୁ ମିଳିଥିଲା ଯାହାକି ସାମ୍ପ୍ରତିକ ରାଜନୈତିକ ପାଣିପାଗକୁ ବେଶ୍ ଉଷ୍ମ କରିଦେଇଛି। ବାଂଶୁରୀ ନିଜ ସହ ଆଣିଥିବା ବ୍ୟାଗ୍‌ରେ ନ୍ୟାସନାଲ ହେରାଲ୍ଡ କି ଲୁଟ୍‌’ ଲେଖାଥିବା ଦେଖିବାକୁ ମିଳିଛି। ତେବେ ଏବେ ଯେତେବେଳେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି ସେତେବେଳେ ବାଂଶୁରୀଙ୍କ ଏପ୍ରକାର ବ୍ୟାଗ୍ ରାଜନୀତି ସାମ୍ନାକୁ ଆସିଛି।

ବାଂଶୁରୀଙ୍କ ବ୍ୟାଗକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରକାଶ, ପୂର୍ବରୁ ମଧ୍ୟ ପାଲେଷ୍ଟାଇନ ପ୍ରସଙ୍ଗରେ କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ଏକ ଭିନ୍ନ ଧରଣର ବ୍ୟାଗ୍ ପକାଇ ସଂସଦ ଆସିଥିବା ଦେଖିବାକୁ ମିଳିଥିଲା। ଏହା ଇସ୍ରାଏଲ୍‌କୁ ସମର୍ଥନ କରୁଥିବା ବିଜେପି ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ ଥିଲା। ତେବେ ଏବେ ନ୍ୟାସନାଲ୍ ହେରଲ୍ଡ ପ୍ରସଙ୍ଗରେ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ପୁଣି ରାଜନୀତିରେ ନୂଆ ବିବାଦ ଛିଡା କରିଛି। ରାଜନୀତିରେ ପ୍ରତିପକ୍ଷଙ୍କୁ ସମାଲୋଚନା କରିବା ବା ଟାର୍ଗେଟ୍ ପାଇଁ କାନ୍ଧରେ ଏକ ସ୍ୱତନ୍ତ୍ର ବ୍ୟାଗ୍ ଧରିବା ଏକ ବଢ଼ିବା ମାଧ୍ୟମ ଏବେ ସାମ୍ନାକୁ ଆସିଛି। ଏହା ଏବେ ଏକ ନିୟମିତ ପ୍ରକ୍ରିୟା ହୋଇଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking