29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶବଂଶଧାରା ଜଳ ବିବାଦ: ୧୦ ବର୍ଷରେ ଖର୍ଚ୍ଚ ହେଲାଣି ୩୯.୩୩ କୋଟି

ବଂଶଧାରା ଜଳ ବିବାଦ: ୧୦ ବର୍ଷରେ ଖର୍ଚ୍ଚ ହେଲାଣି ୩୯.୩୩ କୋଟି

ନୂଆଦିଲ୍ଲୀ: ଓଡିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ବଂଶଧାରା ଜଳ ବିବାଦ ମାମଲାର ସମାଧାନ ପାଇଁ ଗଠନ କରାଯାଇଥିବା ଟ୍ରିବ୍ୟୁନାଲ ଲାଗି କେନ୍ଦ୍ର ସରକାର ୩୯ କୋଟି ୩୩ ଲକ୍ଷ ୨୩ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଗତ ୧୦ ବର୍ଷରେ ଏହି ଖର୍ଚ୍ଚ ହୋଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ, ଜଳ ସଂପଦ, ନଦୀ ବିକାଶ ଓ ଗଙ୍ଗା ରିଜ୍ୟୁଭେସନ ବିଭାଗର ସଦ୍ୟ ପ୍ରକାଶିତ ୨୦୨୧-୨୨ର ବାର୍ଷିକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ମନ୍ତ୍ରାଳୟ ଦ୍ୱାରା ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଟ୍ରିବ୍ୟୁନାଲକୁ ୫ କୋଟି ୨୬ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଥିଲା। ଗତ ଡିସେମ୍ବର ୩୧ ସୁଦ୍ଧା ୩୭୭.୫୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି।
ସେହିଭଳି ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହେବାପର ଠାରୁ ଡିସେମ୍ବର ୩୧ସୁଦ୍ଧା କେନ୍ଦ୍ର ସରକାର ୬ କୋଟି ୫୬ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କଲେଣି। ମନ୍ତ୍ରାଳୟ ଦ୍ବାରା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୨୯୬.୦୦ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଥିଲା। ରିପୋର୍ଟ ଅନୁସାରେ ଡିସେମ୍ବର ୩୧,୨୦୨୧ ସୁଦ୍ଧା ଖର୍ଚ୍ଚ ହୋଇଛି ୨୨୪.୦୦ ଲକ୍ଷ ଟଙ୍କା। ଟ୍ରିବ୍ୟୁନାଲରେ ବର୍ତ୍ତମାନ ସୁଦ୍ଧା ୨୫ ଟି ଶୁଣାଣି ହୋଇଛି ଏବଂ ଅଗଷ୍ଟ ୨୯,୨୦୨୦ରେ ବିବାଦର ବିଚାର କରିବା ପାଇଁ ୪୪ ଟି ପ୍ରସଙ୍ଗକୁ ଟ୍ରିବ୍ୟୁନାଲ ଚୁଡାନ୍ତ କରିଥିବାର ରିପୋର୍ଟରେ କୁହାଯାଇଛି।
ସୁଚନାଯୋଗ୍ୟ, କେନ୍ଦ୍ର ସରକାର ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଦ୍ବାରା ୨୦୧୭ରେ ଚୂଡାନ୍ତ ରିପୋର୍ଟ ଓ ଜୁନ ୨୦୨୧ରେ ଚୂଡାନ୍ତ ରିପୋର୍ଟ ପରବର୍ତ୍ତୀ ରିପୋର୍ଟ ଦାଖଲ କରିସାରିଥିବାରୁ ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲକୁ ଭଙ୍ଗ କରିସାରିଛନ୍ତି। ଅନ୍ୟପକ୍ଷେ,ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ପ୍ରଥମ ତିନି ବର୍ଷରେ କୌଣସି ରିପୋର୍ଟ ପ୍ରଦାନ କରିପାରିନଥିବାରୁ ଗତ ବର୍ଷ ଜୁନରେ ଏହାର ଅବଧିକୁ ଦୁଇ ବର୍ଷ ବୂଦ୍ଧି କରାଯାଇଥିଲା। ରିପୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରାଫ୍ଟ ନ୍ୟାସନାଲ ୱାଟର ଫ୍ରେମୱାର୍କ ବିଲ ଉପରେ ମତାମତ କେନ୍ଦ୍ର ସରକାରଙ୍କ ଜଣାଇ ଦିଆଯାଇଥିବାର ମଧ୍ୟ ସୂଚନା ରହିଛି।
ଓଡିଶା ଓ ମହାରାଷ୍ଟ୍ର ଭୂତଳ ପାଇପ୍ ନେଟଓ୍ବର୍କକୁ ଆପଣାଇବା ସହିତ କିଭଳି ୧,୫୦୦ କୋଟି ଟଙ୍କାର ଆନୁମାନିକ ଖର୍ଚ୍ଚ ରୋକିପାରିଥିଲେ ସେ ନେଇ ଉଲ୍ଲେଖ କରିବା ସହିତ ଅନ୍ୟ ରାଜ୍ୟମାନଙ୍କୁ ଏହି ପ୍ରଣାଳୀକୁ ଆପଣାଇବା ପାଇଁ ମନ୍ତ୍ରାଳୟ ପ୍ରୋତ୍ସାହିତ କରାଯାଇଥିବାର ରିପୋର୍ଟରେ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking