31.1 C
Bhubaneswar
Tuesday, July 2, 2024
Homeଅପରାଧସ୍ୱାମୀକୁ ଛାଡି ଭାରତ ଆସିଥିଲେ ମହିଳା, ହେଲେ ପ୍ରେମିକ ଧୋକା ଦେଇଦେଲା

ସ୍ୱାମୀକୁ ଛାଡି ଭାରତ ଆସିଥିଲେ ମହିଳା, ହେଲେ ପ୍ରେମିକ ଧୋକା ଦେଇଦେଲା

ନୂଆଦିଲ୍ଲୀ: ପ୍ରେମ ମାନେନା ଜାତି, ଧର୍ମ ବର୍ଣ୍ଣ, ଏପରିକି ବଡ ସାନ । ଆଉ ଏଭଳି କିଛି ଭୁଲି ପ୍ରେମ କରି ବସିଥିଲେ । ନିଜ ଭଲ ପାଇବାକୁ ପାଇବା ପାଇଁ ସ୍ୱାମୀ ଛୁଆଙ୍କୁ ଛାଡି , ଦେଶ ଛାଡି ଭାରତ ଚାଲିଆସିଥିଲେ ପ୍ରେମିକ ସହ । ନିଜ ପ୍ରେମକାହାଣୀକୁ ସଫଳ କରିବା ପରେ ପାକିସ୍ତାନରୁ ଭାରତ ଚାଲିଆସିଥିଲେ ସୀମା ହାଇଦର। ସଚିନଙ୍କ ପ୍ରେମରେ ପଡ଼ି ସୀମା ଭାରତ ଆସିବା ପରେ ଏବେ ଦୁହେଁ ଏକା ସାଙ୍ଗରେ ଜୀବନ ବଞ୍ଚୁଛନ୍ତି। ସୀମାଙ୍କ ଭଳି ନିଜର ମଧ୍ୟ ପ୍ରେମକାହାଣୀକୁ ସଫଳ କରିବା ପାଇଁ ବାଂଲାଦେଶରୁ ନିଜ ସ୍ବାମୀଙ୍କୁ ଛାଡ଼ି ଭାରତ ଚାଲି ଆସିଥିଲେ ମହିଳା। ହେଲେ ପ୍ରେମକାହାଣୀର ଏଭଳି ଅନ୍ତ ହେବ ବୋଲ ତାଙ୍କୁ ଜଣାନଥିଲା। ମହିଳାଙ୍କ ନାମ ଶର୍ମି ବୋଲି ଜଣାପଡ଼ିଥିବା ବେଳେ ଯୁବକଙ୍କ ନାମ ଅବଦୁଲ କରୀମ ବୋଲି ଜଣାପଡ଼ିଛି। ଅବଦୁଲ ଉତ୍ତରପ୍ରଦେଶର ଶ୍ରାବସ୍ତି ଜିଲ୍ଲାର ବାସିନ୍ଦା। ସେ ବହରୀନରେ ଚାକିରି କରୁଥିବା ବେଳେ ଟିକଟକ୍ ଜରିଆରେ ଶର୍ମିଙ୍କ ସହ ସମ୍ପର୍କ ଆରମ୍ଭ ହୋଇଥିଲା। ପ୍ରଥମେ ବନ୍ଧୁ ଓ ପରେ ପ୍ରେମୀଯୁଗଳ ପାଲଟିଥିଲେ ଶର୍ମି ଓ ଅବଦୁଲ। ଦିନ ବିତିବା ସହ ଶର୍ମି ଓ ଅବଦୁଲଙ୍କ ପ୍ରେମ ସମ୍ପର୍କ ନିବିଡ଼ ହୋଇଥିଲା। ସୀମାଙ୍କ ଭଳି ନିଜ ପ୍ରେମିକଙ୍କ ସହ ସୁଖର ସଂସାର ଗଢ଼ିବା ପାଇଁ ଶର୍ମି ନିଜ ୩ସନ୍ତାନଙ୍କ ସହ ଭାରତ ଚାଲି ଆସିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking