ବଲାଙ୍ଗିର ପୋଲିସ ର ରେଡ୍‌ ୮୦ ବୋତଲ ମଦ ଜବତ, ଜଣେ ଗିରଫ

ବଲାଙ୍ଗିର;- ବଲାଙ୍ଗିର ପୋଲିସ ଆଜି ସ୍ଥାନିୟ ରେଳ ସ୍ଟେଷନ ପାଖ ଇନ୍ଦ୍ରପ୍ରସ୍ଥ ହୋଟେଲ ଓ ବାର୍ ରୁ ୮୦ ବୋତଲ ମଦ ଜବତ କରିଛି । ଏତିରେ ବିଭିନ୍ନ କଂପାନୀର ବିଅର ବୋତଲ ସଂଗେ ବିଅର କେନ ଓ ଏକ ଫ୍ରିଜର ଜବତ କରାଯାଇଛି । ଆହୁରି ଉକ୍ତ ହୋଟେଲ କର୍ମଚାରୀ ତଥା ବଡମ୍ବା , କଟକ ବାସିନ୍ଦା ମହେଶ୍ୱର ରଥ ଙ୍କୁ ପୋଲିସ ଗିରଫ କରିଛିି । ଏହା ସହ ଏହି କାରବାରରେ ହୋଟେଲ ମାଲିକଙ୍କ ସଂପୃକ୍ତି ଥିବା ବଲାଙ୍ଗିର ଥାନା ଅଧିକାରି ସଂଗ୍ରାମ ପଟନାୟକ ସୁଚନା ଦେଇଛନ୍ତି ।
ପ୍ରାପ୍ତ ସୁଚନା ଅନୁଯାୟି , ଏହି ହୋଟେଲରେ ଏକ ସରକାରି ସ୍ୱିକୃତି ପ୍ରାପ୍ତ ବାର ଥିଲା । ଲକ ଡାଉନ ଘୋଷଣା ପରେ ଅନ୍ୟ ସମସ୍ତ ମଦ ଦୋକାନ ଓ ବାର ସଂଗେ ସଂଗେ ଏହାକୁ ମଧ୍ୟ ପୋଲିସ ତରଫରୁ ସିଲ କରାଯାଇଥିଲ।। କିନ୍ତୁ ସାମନା ପଟୁ ବାର ବନ୍ଦ ଥିବା ବେଳେ ସହରର ବିଭିନ୍ନ ହୋଟେଲରେ ଭିତର ପଟୁ ପ୍ରାୟ ଦୁଇଗୁଣା ଦାମରେ ମଦ ବିକ୍ରି କରାଯାଉଥିବା ପୋଲିସକୁ ସୁଚନା ମିଳିଥିଲା । ଏହି ସୁଚନା କ୍ରମେ ଆଜି ଦ୍ୱିପହରେ ସିଭିଲ ଡ୍ରେସରେ ଦୁଇଜଣ ପୋଲିସ ଯାଇ ଉକ୍ତ ହୋଟେଲରେ ମଦ ମାଗିଥିଲେ । ତାଙ୍କୁ ହୋଟେଲ କର୍ମି ମହେଶ୍ୱର ଦୁଇ ବୋତଲ ମଦ ହୋଟେଲ ଭିତରୁ ଆଣି ଦେଥିଲେ ।ା ମଦବିକ୍ରି ର ପ୍ରମାଣ ପାଇ ପୋଲିସ ଏହି ହୋଟେଲକୁ ରେଡ କରି ମଦ ସହ, ଫ୍ରିଜର ଓ ଜଣକୁ ଗିରଫ କରିଥିବା ପୋଲିସ ତରଫରୁ ସୁଚନା ମିଳିଛି ।