ମାଲକାନଗିରି : ମାନବିକତା ଦେଖାଇଲା ମାଲକାନଗିରି ପୋଲିସ । ଆନ୍ଧ୍ର ଓଡିଶା ସୀମାରେ ଦୀର୍ଘ ସମୟ ଧରି ପୋଡି ରହିଥିବା ମୃତ ଦେହକୁ ନିଜ ହାତରେ ଉଠାଇଲେ ମାଲକାନଗିରି ଏସ୍ଡିପିଓ ଅଂଶୁମାନ ଦ୍ବିବେଦୀ। ରିପୋର୍ଟ ମୁତାବକ ବାଲେଶ୍ବର ସୋର ବ୍ଳକ ଅନ୍ତର୍ଗତ କୁମ୍ଭୀ ଗାଁର ସୁଧିର ରଞ୍ଜନ ବିଶ୍ବାଳ ଓ ତାଙ୍କ ଭାଇ ଧିରଞ୍ଜନ ବିଶ୍ବାଳ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ହେଲେ ଲକଡାଉନ ପରେ ଦୁହେଁ ହାଇଦ୍ରାବାଦରୁ ଏକ ଘରୋଇ ବସରେ ଓଡ଼ିଶା ଫେରିବା ସମୟରେ ମୋଟୁ ସୀମାନ୍ତରେ ସୁଧିର ରଞ୍ଜନ ବିଶ୍ବାଳ ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ହଠାତ୍ ବସ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ପରେ ଆନ୍ଧ୍ରପ୍ରଦେଶର କାଲେର ଗ୍ରାମ ନିକଟରେ ଦୀର୍ଘ ସମୟ ଧରି ତାଙ୍କର ମୃତଦେହ ପଡି ରହିଥିଲେ ହେଁ ଆନ୍ଧ୍ର ପୋଲିସ ସେଠାକୁ ଆସି ନଥିଲେ ମୃତକଙ୍କ ଭାଇ ମୋଟୁ ଥାନା ସହ ଯୋଗାଯୋଗ କରିବା ପରେ ମାଲକାନଗିରି ଏସଡିପିଓ ଅଂଶୁମାନ ଦ୍ବିବେଦୀ ଓ ମୋଟୁ ଥାନା ପୋଲିସ କାଲେର ଗ୍ରାମକୁ ଯାଇ ମୃତ ବ୍ୟକ୍ତିଙ୍କ ଶବ ଉଠାଇ ଥିଲେ ।
ଏମିତିକି ଶବ ଉଠାଇବା ଲାଗି ସେଠାରେ ତାଙ୍କର ଚାରିଜଣ ସମ୍ପର୍କୀୟ ନଥିବାରୁ ନିଜ ହାତରେ ଏସଡିପିଓ ଶବକୁ ଉଠାଇ ଓଡିଶା ଭିତରକୁ ଆଣିଥିଲେ । କୋରନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ନିଜ ଓଡ଼ିଆ ପୁଅ ପାଇଁ ମାନବିକତା ଦେଖାଇଥିଲେ । ସୁଧୀର ରଞ୍ଜନ କୋରନା ଆକ୍ରାନ୍ତ ଥିଲେ କି ନାହିଁ ତାହା ଜାଣିବାରେ ଲାଗି ତାଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା ତେବେ ରିପୋର୍ଟ ନେଗେଟିଭ ଆସିବା ସତ୍ତ୍ୱେ କୋଭିଡ ପ୍ରୋଟୋକଲ୍ ଅନୁଯାୟୀ ମୋଟୁ ଠାରେ ହିଁ ପ୍ରଶାସନ ପକ୍ଷରୁ ଶବ ସତ୍କାର କରାଯାଇଛି ।