16.1 C
Bhubaneswar
Thursday, January 16, 2025
Homeଓଡିଶାବାହୁଡ଼ିଲା ଅଣଲେଉଟା ରଥ : ଆଜି ସ୍ୱର୍ଣ୍ଣାଦି ବିଜେ

ବାହୁଡ଼ିଲା ଅଣଲେଉଟା ରଥ : ଆଜି ସ୍ୱର୍ଣ୍ଣାଦି ବିଜେ

ଭୁବନେଶ୍ୱର: ପାଞ୍ଚ ଦିନର ଯାତ୍ରା ସାରି ପ୍ରଭୁ ଲିଙ୍ଗରାଜ ବାହୁଡ଼ିଛନ୍ତି । ଗୁରୁବାର ପ୍ରଭୁ ଚନ୍ଦ୍ରଶେଖର, ମା ରୁକ୍ମିଣୀ ଏବଂ ପ୍ରଭୁ ବାସୁଦେବ ଅଣଲେଉଟା ରଥ କୁହାଯାଉଥିôା ରୁକୁଣଶ ରଥରେ ବସି ବାହୁଡ଼ିଥିଲେ । ତେବେ ସୂର୍ଯ୍ୟାସ୍ତ ହେବାରୁ ସ୍ଥାନୀୟ ଗୋସାଗରେଶ୍ୱର ଛକରେ ରଥ ଅଟକି ରହିଥିଲା । ପୁଣି ଶୁକ୍ରବାର ୩ଟା ୪୦ରେ ରଥଟଣା ଆରମ୍ଭ ହୋଇଥିଲା । ୩ଟାରେ ରଥଟଣା ନେଇ ନିଷ୍ପତ୍ତି ହୋଇଥିଲେ ମଧ୍ୟ ୪୦ ମିନିଟ୍ ବିଳମ୍ବରେ ରଥଟଣା ଆରମ୍ଭ ହୋଇଥିଲା । ୬ ଟା ୪୦ ସୁଦ୍ଧା ରଥ ଖଳାରେ ରଥ ପହଞ୍ôଚଥିଲା । ଆନନ୍ଦ ଉଲ୍ଲାସ ମଧ୍ୟରେ ହରିବୋଲି ହୁଳହୁଳି ମଧ୍ୟରେ ରଥଦାଣ୍ଡ କମ୍ପିଥିଲା ।

ନାମ ସଂକୀର୍ତ୍ତନ ହର ହର ମହାଦେବ ଡ଼ାକରେ ସ୍ଥାନୀୟ ଅଞ୍ଚଳ ଗୁଞ୍ଜରିତ ହୋଇଥିଲା । ତେବେ ମନ୍ଦିର ଭିତରେ ଦ୍ୱିପହର ଧୂପ ଓ ସନ୍ଧ୍ୟା ଧୂପ ଅନୁଷ୍ଠିତ ହେବା ପରେ ରଥ ଉପରେ ଯଥାକ୍ରମେ ମହାପ୍ରଭୁଙ୍କ ଉଭୟ ନୀତି ଅନୁଷ୍ଠିତ ହୋଇଥିଲା । ରାତି ୧୦ଟାରେ ମହାପ୍ରଭୁଙ୍କ ମନ୍ଦିରରେ ପହଡ଼ ପଡ଼ିବା ସହ ରଥରେ ମଧ୍ୟ ପହଡ଼ ପଡ଼ିଥିଲା । ତେବେ ଶୁକ୍ରବାର ମହାପ୍ରଭୁଙ୍କର ସ୍ୱର୍ଣ୍ଣାଦି ବିଜେ ନୀତି ଅନୁଷ୍ଠିତ ହେବ । ମନ୍ଦିରରେ ଭୋର୍ ୬ଟା ୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ଅନୁଷ୍ଠିତ ହେବ । ସକାଳ ୮ଟା ୩୦ ମିନିଟ୍ ମଧ୍ୟରେ ରୋଷ ହୋମ ଏବଂ ପାକ କାର୍ଯ୍ୟ ଓ ମହାସ୍ନାନ, ବେଶ, ସୂର୍ଯ୍ୟପୂଜା ଏବଂ ଦ୍ୱାରପାଳ ପୂଜା ଶ୍ରୀ ଜିଉଙ୍କ ବଲ୍ଲଭ, ଶ୍ରୀ ଭୁବନେଶ୍ୱରୀଙ୍କ ବଲ୍ଲବ ଏବଂ ଶ୍ରୀ ଜିଉଙ୍କ ଏବଂ ଶ୍ରୀ ଭୁବନେଶ୍ୱରୀଙ୍କ ସକାଳ ଧୂପ ଅନୁଷ୍ଠିତ ହେବ ।

ସେହି କ୍ରମରେ ରଥ ଉପରେ ପ୍ରଭୁଙ୍କର ସମସ୍ତ ବିଧି ଅନୁଷ୍ଠିତ ହେବ । ସନ୍ଧ୍ୟା୭ ଟାରୁ ୮ଟା ମଧ୍ୟରେ ମହାପ୍ରଭୁଙ୍କର ଅଧରପଣା ନୀତି ଅନୁଷ୍ଠିତ ହେବ । ଅଧରପଣା ହାଣ୍ଡି ଭଙ୍ଗାଯିବା ପରେ ପ୍ରଭୁ ମନ୍ଦିର ଭିତରକୁ ପ୍ରବେଶ କରିବେ । ରାତି ୧୦ଟା ସୁଦ୍ଧା ଶ୍ରୀ ଜିଉଙ୍କ ପହଣ୍ଡି ବିଜେ ସହ ସ୍ୱର୍ଣ୍ଣାଦି ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅନ୍ୟପଟେ ମହାପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାର ଅନ୍ତିମ ପର୍ବ ସ୍ୱର୍ଣ୍ଣାଦିବିଜେ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ , ସ୍ଥାନୀୟ ଆଧ୍ୟାତ୍ମିକ ସଙ୍ଗଠନ ନନ୍ଦୀ ବାହିନୀ ଓ ଅନ୍ୟ ଉତ୍ସାହୀ ବନ୍ଧୁମାନଙ୍କ ସହଯୋଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ମହାପ୍ରଭୁଙ୍କ ରଥରୁ ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମରେ ପ୍ରାଚୀନ ଆଧ୍ୟାତ୍ମିକ ଲୋକକଳା ଲଉଡିଖେଳ, ଓଡିଶୀ ସଂକୀର୍ତ୍ତନ ଆଦି ସନ୍ଧ୍ୟାରେ ପରିବେଷଣ କରାଯିବ । ତେବେ ସ୍ୱର୍ଣ୍ଣାଦି ବିଜେ ଅବସରରେ ନନ୍ଦିବାହିନୀ କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ପ୍ରତିବର୍ଷ ପରି ଚଳିତ ବର୍ଷ ରସଗୋଲା ବଣ୍ଟନ କରାଯିବ । ସ୍ୱଣ୍ଣାଦିବିଜେ କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ଏପରି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking