30 C
Bhubaneswar
Wednesday, June 17, 2026
Homeଓଡିଶାଶ୍ରୀମନ୍ଦିରକୁ ଫେରିଲେ ତିନି ଠାକୁର

ଶ୍ରୀମନ୍ଦିରକୁ ଫେରିଲେ ତିନି ଠାକୁର

 

 

ପୁରୀ: ଶ୍ରୀମନ୍ଦିରକୁ ଫେରିଲେ ତିନି ଠାକୁର । ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପରେ ଶରଧାବାଲିରେ ଆରମ୍ଭ ହୋଇଥିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା । ଲକ୍ଷ ଲକ୍ଷଙ୍କ ଭକ୍ତଙ୍କ ଭିତର ଘଣ୍ଟ ଘଣ୍ଟା ନାଦରେ ବାହୁଡ଼ି ଆସିଛନ୍ତି ତିନିଠାକୁର । ତେବେ ରଥଟଣା ବେଳେ ଆଗରେ ବଡ଼ ଭାଇ ଓ ପରେ ପରେ ଭଉଣୀ । ନିଜ ନିଜ ରଥରେ ବସି ଆଗକୁ ମାଡ଼ିଗଲା ବେଳେ । ପଛରେ ଝୁଲି ଝୁଲି ଆସିଥିଲେ କାଳିଆ ଠାକୁର । ସେପଟେ ମାଉସୀ ପୋଡ଼ପିଠା ତିଆରି କରି ଅନାଇ ବସିଥିଲେ । ମାଉସୀ ଘରେ ପହଞ୍ଚି ପୋଡ଼ ପିଠା ଖାଇ ଜଗା ବାହୁଡ଼ି ଆସିଥିଲା ବଡଡାଣ୍ଡକୁ । ତେବେ ଭକ୍ତ ହାତ ଟେକି ଦେଇ ଜଗାର ରଥ ଗଡ଼ିବା ଦେଖୁଥିଲେ । ଆଉ ଡାହୁକର ଡାକରେ ଯେତେ ବେଳେ ନନ୍ଦିଘୋଷ ଗଡ଼ିଥିଲା, ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହୋଇଯାଇଥିଲା ଶ୍ରୀକ୍ଷେତ୍ର । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ଗଗନପବନରେ ଖେଳିବା ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking