26.1 C
Bhubaneswar
Wednesday, January 15, 2025
Homeଓଡିଶାବାହାନଗା ଟ୍ରେନ ଟ୍ରାଜେଡି : ୨୯ ଜଣ ମୃତକଙ୍କ ଆସିଛି ଡିଏନ୍ଏ ରିପୋର୍ଟ

ବାହାନଗା ଟ୍ରେନ ଟ୍ରାଜେଡି : ୨୯ ଜଣ ମୃତକଙ୍କ ଆସିଛି ଡିଏନ୍ଏ ରିପୋର୍ଟ

ବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ୨୮ ଦିନ ପରେ ଆସିଲା ଡିଏନ୍ଏ ରିପୋର୍ଟ। ୨୯ ଜଣ ମୃତଙ୍କ ଆସିଛି ଡିଏନ୍ଏ ରିପୋର୍ଟ। ଏମ୍ସର କ୍ୟାମ୍ପସରେ ଥିବା ୩ କଣ୍ଟେନରରେ ରଖାଯାଇଥିବା ୮୧ଟି ମୃତଦେହ ମଧ୍ୟ ୨୯ ଜଣ ମୃତଦେହକୁ ଡିଏନ୍ଏ ରିପୋର୍ଟ ଆଧାରରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର ହେବ ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚିହ୍ନଟ ମୃତଦେହ ପଶ୍ଚିମବଙ୍ଗ, ବିହାର, ଓଡ଼ିଶାର ଥିବା ଜଣାପଡିଛି। ସୂଚନା ମୁତାବିକ, ଗତ ୭ ତାରିଖରେ ମୋଟ ୨୯ଜଣଙ୍କ ଡିଏନ୍ଏ ନମୁନା ଦିଲ୍ଲୀ ପଠାଯାଇଥିଲା ।

୧୩ ତାରିଖରେ ଅନ୍ୟ ୪୬ଜଣଙ୍କ ଡିଏନ୍ଏ ଦିଲ୍ଲୀ ଯାଇଛି । ୨୮ ଦିନ ପରେ ଦିଲ୍ଲୀରୁ ୨୯ ଜଣ ଡିଏନ୍ଏ ରିପୋର୍ଟ ଆସିଛି। ଏହି ରିପୋର୍ଟ ଆଧାରରେ ପରେ ପ୍ରିୟଜନଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ପ୍ରକ୍ରିୟା ଆରମ୍ଭ ହେବ । ସୂଚନା ଥାଉକି, ବାହାନଗା ଟ୍ରେନ ଦୁର୍ଘଟଣା ବଢିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍ସିବିରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ବର୍ତ୍ତମାନ ସୁଦ୍ଧା ବାହାନଗା ଟ୍ରେନ୍ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୨୯୩ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking