ସୋର : ବାହାନଗା ରେଳ ଟ୍ରାଜେଡି ଘଟଣା। ଅମୀର ଖାନଙ୍କ ସୋର କମରପୁର ଭଡା ଘର ସିଲ୍ ଖୋଲିଲା ସିବିଆଇ । ସିଗନାଲ ଜେଇ ଇନ୍ ଚାର୍ଜ ଥିଲେ ଅମୀର ଖାନ । ଅମୀର ଖାନଙ୍କ ଉପସ୍ଥିତରେ ସିଲ ଘରକୁ ଖୋଲିଲା ସିବିଆଇ । ଘର ଭିତରେ ବିଭିନ୍ନ ଜିନିଷ ଉପରେ ଛାନଭିନ ଜାରି ରହିଛି।
ସୂଚନାଯୋଗ୍ୟ, ଗତକାଲି ୩ ଜଣିଆ ସିବିଆଇ ଟିମ ଗତକାଲି ସୋର ସ୍ଥିତ ଅମୀରଙ୍କ ଭଡ଼ା ଘରେ ଚଢ଼ାଉ କରିଥିଲେ। ତାଙ୍କ ପତ୍ନୀ ଘରେ ନଥିବାରୁ ସିବିଆଇ ଅପେକ୍ଷା କରି କରି ଗତକାଲି ସନ୍ଧ୍ୟାରେ ଘର ସିଲ କରିଥିଲା। ଟିମ୍ ସିଲ ପରେ ଫେରି ଆସିଥିଲା। ସୋର ଥାନାର ଦୁଇଜଣ ପୋଲିସ କର୍ମଚାରୀ ଘର ଜଗିଥିଲେ। ଯାହା ଜଣାପଡ଼ିଛି ଶ୍ରୀ ଖାନଙ୍କ ପତ୍ନୀ ପଶ୍ଚିମବଙ୍ଗସ୍ଥିତ ନିଜ ଘରକୁ ଯାଇଛନ୍ତି।
ବାହାନଗା ଟ୍ରେନ ଦୁର୍ଘଟଣାକୁ ୧୬ ଦିନ ବିତି ସାରିଛି । ରେଳ ମନ୍ତ୍ରୀଙ୍କ ସୁପାରିସ୍ କ୍ରମେ ସିବିଆଇ ଏହି ଭୟାନକ ଟ୍ରେନ ଦୁର୍ଘଟଣାର ତଦନ୍ତ କରୁଛି । ଦଳ ବାଲେଶ୍ଵରରେ ଡେରା ପକାଇଛନ୍ତି ଏବଂ ବାହାନଗା ଷ୍ଟେସନକୁ ବାରମ୍ବାର ଗସ୍ତ କରୁଛନ୍ତି। ଏହି କ୍ରମରେ ବାହାନଗା ଷ୍ଟେସନର ଏଏସଏମ ସମେତ ୫ ଅଭିଯୁକ୍ତକୁ ନିଜ ହେପାଜତକୁ ନେଇ ତଦନ୍ତ ଚଳାଇଛି ସିବିଆଇ । ଏଥିରେ ୪ ଜଣ ସିଗନାଲ୍ ବିଭାଗର କର୍ମଚାରୀ ଅଛନ୍ତି ।