31.1 C
Bhubaneswar
Monday, April 27, 2026
Homeଓଡିଶାପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ

ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଏକ ପୋଖରୀରେ ବୁଡ଼ି ଜଣେ ୧୪ ମାସର ଶିଶୁକନ୍ୟା ପ୍ରାଣ ହରାଇଛି। ଏହି ଘଟଣା ଜିଲ୍ଲାର ବାଲିଆପାଳ ଥାନା ସୀମା ଅନ୍ତର୍ଗତ ଧନନ୍ଦା ଗାଁରେ ଘଟିଛି। ମୃତ ଝିଅଟି ଜ୍ୟୋତିଶ୍ରୀ ଜେନା ବୋଲି ଚିହ୍ନଟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଶିଶୁଟି ଘର ପାଖ ପୋଖରୀରେ ଖେଳୁଥିବା ସମୟରେ ବୁଡ଼ି ଯାଇଥିଲା। ବହୁ ଖୋଜାଖୋଜି ପରେ ପୋଖରୀରେ ତା’ର ମୃତଦେହ ମିଳିଥିଲା। ପରିବାର ସଦସ୍ୟମାନେ ତା’ର ମୃତଦେହକୁ ବାହାର କରି ବାଲିଆପାଳ ସିଏଚସିକୁ ନେଇଯାଇଥିଲେ। କିନ୍ତୁ, ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ସୂଚନା ପାଇବା ପରେ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking