29.1 C
Bhubaneswar
Sunday, May 19, 2024
Homeମନୋରଞ୍ଜନଆଇଫେଲ ଟାୱାରରେ ହେବ ‘ବବାଲ’ର ପ୍ରିମିୟର, ପ୍ରଥମ ଥର ଏକାଠି ନଜର ଆସିବେ ବରୁଣ ଓ...

ଆଇଫେଲ ଟାୱାରରେ ହେବ ‘ବବାଲ’ର ପ୍ରିମିୟର, ପ୍ରଥମ ଥର ଏକାଠି ନଜର ଆସିବେ ବରୁଣ ଓ ଜାହ୍ନବୀ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଅଭିନେତା ବରୁଣ ଧବନ ଓ ଅଭିନେତ୍ରୀ ଜାହ୍ନବୀ କପୁର ସ୍କି୍ରନ୍ରେ ନଜର ଆସିବାକୁ ଯାଉଛନ୍ତି । ବରୁଣ ଓ ଜାହ୍ନବୀ ‘ବବାଲ’ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଖୁବ୍ଶୀଘ୍ର ବରୁଣ ଧବନ ଓ ଜାହ୍ନବୀ କପୁରଙ୍କ ନୂଆ ଫିଲ୍ମ ‘ବବାଲ’ ରିଲିଜ୍ ହେବାକୁ ଯାଉଛି । ‘ବବାଲ’ ଫିଲ୍ମ ଭାରତୀୟ ସିନେମାରେ ଇତିହାସ ରଚିବାକୁ ଯାଉଛି । ଦୁନିଆର ଆଇକନିକ୍ ସ୍ଥାନ ପ୍ୟାରିସର ଆଇଫେଲ ଟାଓ୍ଵାରରେ ଫିଲ୍ମର ପ୍ରିମିୟର ହେବାକୁଯାଉଛି । ଏହାର ନିର୍ଦ୍ଦେଶକ ପ୍ୟାରିସର ଆଇଫେଲ ଟାଓ୍ଵାରରେ ‘ବବାଲ’ ଫିଲ୍ମ ଦେଖେଇବା ପାଇଁ ନିଷ୍ପତି ନେଇଛନ୍ତି ।
ଫିଲ୍ଲ ନିର୍ଦ୍ଦେଶକ ନିତେଶ ତିବାରି ‘ଦଙ୍ଗଲ’ ଫିଲ୍ମ ପରେ ଆଉଥରେ ଫ୍ୟାନ ମାନଙ୍କ ମନ ଜିତିବା ପାଇଁ ‘ବବାଲ’ ଫିଲ୍ମ ରିଲିଜ୍ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ଆଇଫେଲ ଟାଓ୍ଵାରରେ ପ୍ରିମିୟର କରାଯିବା ସହ ଓଡିଟି ପ୍ଲାଟଫର୍ମରେ ରିଲିଜ୍ କରିବା ପାଇଁ ନିଷ୍ପତି ନେଇଛି ପ୍ରଯୋଜକ ସଂସ୍ଥା ।
ବରୁଣ ଓ ଜାହ୍ନବୀ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ:
ବଲିଉଡ ସୁପରଷ୍ଟାର ଅଭିନେତା ବରୁଣ ଧବନ ଓ ଅଭିନେତ୍ରୀ ଜାହ୍ନବୀ କପୁର ପ୍ରଥମ ଥର ପାଇଁ ଏକାଠି ନଜର ଆସୁଛନ୍ତି । ‘ବବାଲ’ ଫିଲ୍ମ ଜରିଆରେ ଏକାଠି ନଜର ଆସିବା ପାଇଁ ଯାଉଛନ୍ତି । ତାଙ୍କୁ ଏକାଠି ଦେଖିବା ପାଇଁ ଫ୍ୟାନ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମ ୭ ଏପ୍ରିଲ ୨୦୨୩ରେ ରିଲିଜ ହେବାରେ ଥିଲା । କିନ୍ତୁ ଫିଲ୍ମ ରିଲିଜ ହେବାର ତାରିଖ ଆଗକୁ ବଢା ଯାଇଛି । ଏହି ଫିଲ୍ମ ଜୁଲାଇରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking