30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶ୨୦୨୩ ପାଇଁ ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ.........

୨୦୨୩ ପାଇଁ ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ………

ବୁଲ୍‌ଗେରିଆ: ବୁଲ୍‌ଗେରିଆର ଚର୍ଚ୍ଚିତ ଦୃଷ୍ଟିହୀନ ଭବିଷ୍ୟଦ୍ରଷ୍ଟା ବାବା ଭାଙ୍ଗାଙ୍କ ଅନେକ ଭବିଷ୍ୟତ ବାଣୀ ସତ ହୋଇସାରିଛି। ଆଗାମୀ ୨୦୨୩ ପାଇଁ ମଧ୍ୟ ସେ ଅନେକ ଭବିଷ୍ୟବାଣୀ କରିଛନ୍ତି। ୨୦୨୩ରେ ବାବା ଭାଙ୍ଗା ଏକ ଅନ୍ଧକାର ଏବଂ ମହା ବିପର୍ଯ୍ୟୟସ୍ଥିତିର ପୂର୍ବାନୁମାନ କରିଛନ୍ତି। ଏହାସହ ଏହି ବର୍ଷ ଅନେକ ରହସ୍ୟମୟ ବୈଜ୍ଞାନିକ ଆବିଷ୍କାର ହେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ଲ୍ୟାବ୍‌ରେ ଜନ୍ମିତ ଶିଶୁଙ୍କ ସମ୍ପର୍କରେ ମଧ୍ୟ ଏଥିରେ ତଥ୍ୟ ରହିଛି।

୨୦୨୩ରେ ଅଧିକାଂଶ ଶିଶୁ ଲ୍ୟାବ୍‌ରେ ଜନ୍ମ ନେବେ। ଏହି ପ୍ରକ୍ରିୟାରେ ଶିଶୁଙ୍କ ତ୍ବଚାର ରଙ୍ଗ ଓ ଅନ୍ୟ ଶାରୀରିକ ବିଶେଷତ୍ବଗୁଡ଼ିକୁ ପୂର୍ବରୁ ମାତା-ପିତା ନିର୍ଣ୍ଣୟ କରିବା ପାଇଁ ସକ୍ଷମ ହେବେ। ଏହା ସହିତ ୨୦୨୩ରେ ସୌରଝଡ଼ କିମ୍ବା ସୁନାମି ଆସିପାରେ। ଏହାବାଦ୍‌ ଏହିବର୍ଷ ପୃଥିବୀକୁ ଅନ୍ୟଗ୍ରହର ରହସ୍ୟମୟ ଜୀବ କୁହାଯାଉଥିବା ଏଲିଅନ୍‌ମାନେ ଆକ୍ରମଣ କରିପାରନ୍ତି, ଯେଉଁଥିରେ ଲକ୍ଷାଧିକ ଲୋକ ପ୍ରାଣ ହରାଇବେ। ଏହି ବର୍ଷ ବିଶ୍ବ ଏକ ଭୟଙ୍କର ପରମାଣୁ ଯୁଦ୍ଧକୁ ସାମ୍ନା କରିବ ଯଦ୍ବାରା ପୃଥିବୀର କକ୍ଷପଥ ପରିବର୍ତ୍ତନ ହୋଇ ଜଳବାୟୁ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବ।

କରୋନା ପରେ ଆଗାମୀ ବର୍ଷ ବିଶ୍ବର ଲୋକମାନେ ଅାହୁରି ବିନାଶକାରୀ ଘଟଣା ଦେଖିବାକୁ ପାଇବେ। ବାବା ଭାଙ୍ଗା ମାତ୍ର ୧୨ ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇ ବସିଥିଲେ ମଧ୍ୟ ଭବିଷ୍ୟତକୁ ଦେଖିବା ପାଇଁ ତାଙ୍କୁ ଏକ ଦିବ୍ୟଶକ୍ତି ପ୍ରାପ୍ତ ହୋଇଥିଲେ । ସେ ୫୦୭୯ ମସିହା ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଛନ୍ତି। ତାଙ୍କର ଚର୍ଚ୍ଚିତ ଭବିଷ୍ୟବାଣୀ ମଧ୍ୟରେ ୯/୧୧ ଘଟଣା, ବ୍ରେକଜିଟ୍‌ ଆଦି ଚର୍ଚ୍ଚାରେ ରହିଛି। ୧୯୯୬ ମସିହାରେ ସେ ଦେହତ୍ୟାଗ କରିଥିଲେ। ଏହି ମହିଳା ଭବିଷ୍ୟବକ୍ତାଙ୍କ ପ୍ରକୃତ ନାମ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟାରୋଭା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking