29.1 C
Bhubaneswar
Thursday, May 9, 2024
Homeନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀଆଜାଦ ହିନ୍ଦ ଫୌଜ ଏବଂ ନେତାଜୀ ସୁଭାଷଙ୍କ ମଧ୍ୟ ସମ୍ପର୍କ; ଜାଣନ୍ତୁ ଅକୁହା ତଥ୍ୟ

ଆଜାଦ ହିନ୍ଦ ଫୌଜ ଏବଂ ନେତାଜୀ ସୁଭାଷଙ୍କ ମଧ୍ୟ ସମ୍ପର୍କ; ଜାଣନ୍ତୁ ଅକୁହା ତଥ୍ୟ

ନୂଆଦିଲ୍ଲୀ: ଆଜାଦ ହିନ୍ଦ ଫୌଜ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଉ ଏକ ପରିଚୟ । ୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ସ୍ୱାଧୀନ ଭାରତର ପ୍ରଥମ ସରକାର ଭାବେ ଏହାକୁ ଘୋଷଣା କରିଥିଲେ ନେତାଜୀ ସୁଭାଷ ବୋଷ । ପୂର୍ବରୁ ୧୯୪୨ ମସିହାରେ ଯଦିଓ ଆଜାଦ ହିନ୍ଦ ଫୌଜ ବା ଭାରତୀୟ ସେନା ମୋହନ ସିଂହଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । କିନ୍ତୁ ଏହାକୁ ୧୯୪୩ ମସିହାରେ ପୁନର୍ଜୀବିତ କରିଥିଲେ ନେତାଜୀ ସୁଭାଷ । ବ୍ରିଟିଶ ରାଜ କବଳରୁ ଭାରତର ସ୍ୱାଧୀନତାକୁ ରକ୍ଷା କରିବା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହା ଗଠନ କରାଯାଇଥିଲା ।

ଆସନ୍ତୁ ଜାଣିବା ଆଜାଦ ହିନ୍ଦ ଫୌଜ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମଧ୍ୟରେ କିଛି ଅଜଣା କଥା;

– ଜାପାନ ସାମ୍ରାଜ୍ୟର ମୁଦ୍ରା, ସାମରିକ ଏବଂ ରାଜନୈତିକ ସହାୟତା ସହିତ ସିଙ୍ଗାପୁରରେ ଗଠନ ହୋଇଥିଲା ଆଜାଦ ହିନ୍ଦ ଫୌଜ ।
– ବ୍ରିଟିଶ ଏବଂ ଭାରତୀୟ ସେନାର ଯୁୂଦ୍ଧରେ ବନ୍ଦୀମାନଙ୍କୁ ନେଇ ୧୯୪୨ ମସିହାରେ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ ଜେନେରାଲ ମୋହନ ସିଂହ । ତେବେ ଜାପାନ ମିଲିଟାରୀ ସହ ମତଭେଦ ଯୋଗୁଁ ବିଚ୍ଛିନ୍ନ ହୋଇ ଭୁଷୁଡି ପଡିଥିଲା ।
– ଆଇଏନଏର ବ୍ରିଗେଡ/ରେଜିମେଣ୍ଟ ଭାବରେ ଜାତିର ପିତା ମହାତ୍ମା ଗାନ୍ଧୀ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏବଂ ମୌଲାନା ଆଜାଦଙ୍କ ସହ ନିଜକୁ ସେ ସାମିଲ କରାଇଥିଲେ ।
– ଏଥିରେ ଅଲ-ଓମେନ ରେଜିମେଣ୍ଟ ଭାବରେ ଝାନ୍ସି ରାଣୀ ଲକ୍ଷ୍ମୀ ବାଇଙ୍କୁ ଦାୟିତ୍ୱ ମିଳିଥିଲା ।
– ବ୍ରିଟିଶ ଏବଂ କମନୱେଲଥ ଫୋର୍ସ ସହ ଇମ୍ଫାଲ ଏବଂ କୋହିମାଠାରେ ୧୯୪୪ ମସିହାରେ ଜାପାନ ସାମ୍ରାଜ୍ୟର ସୈନ୍ୟ ସହ ଯୁଦ୍ଧ କରିଥିଲା ଆଜାଦ ହିନ୍ଦ ଫୌଜ ।
– ଭାରତୀୟ ସୈନ୍ୟକୁ ଅଭିଭାଷଣ ଦେବା ସମୟରେ ବୋଷ କହିଥିଲେ ଯେ, ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking