32.1 C
Bhubaneswar
Friday, October 18, 2024
Homeଓଡିଶାଆୟୁଷ ହସ୍ପିଟାଲ୍‌ର ହେବ ନବକଳେବର; ଖର୍ଚ୍ଚହେବ ୧୫୭ କୋଟି ଟଙ୍କା

ଆୟୁଷ ହସ୍ପିଟାଲ୍‌ର ହେବ ନବକଳେବର; ଖର୍ଚ୍ଚହେବ ୧୫୭ କୋଟି ଟଙ୍କା

ଭୁବନେଶ୍ୱର: ଆୟୁଷ ହସ୍ପିଟାଲଗୁଡ଼ିକର ହେବ ନବକଳେବର । ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚହେବ ୧୫୭ କୋଟି । ନୂତନ ଗୃହନିର୍ମାଣ ଓ ପୁରୁଣା ମରାମତି ପାଇଁ ରିପୋର୍ଟ ଦିଆସରିଛି । ଯଥାଶୀଘ୍ର କାର୍ଯ୍ୟ ସରିବ ବୋଲି ଆୟୁଷ ନିର୍ଦ୍ଦେଶାଳର ନିର୍ଦ୍ଦେଶକ ପ୍ରେମଜିତ ନାୟକ ସୂଚନା ଦେଇଛନ୍ତି । ସ୍ୱତନ୍ତ୍ର ସ୍କ୍ୱାଡ୍ ସମସ୍ତ ଆୟୁଷ ଡିସ୍‌ପେନ୍‌ସାରୀ ପରିଦର୍ଶନ କରି ଆୟୁଷ ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବେ ।

ଯାହା ଅଭାବ ରହିଛି, ତାହା ପୂରଣ କରାଯିବ । ଡାକ୍ତର, ସହାୟକ ଓ ଅନ୍ୟ କର୍ମଚାରୀ ନିୟମିତ ଆସୁଛନ୍ତି ନା ନାହିଁ, ତାହା ଅନୁଧ୍ୟାନ କରିବାକୁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ ହୋଇଛି । ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ଜରିଆରେ ୨୨୧ଆୟୁଷ ଡାକ୍ତର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ଶ୍ରୀ ନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking