31.1 C
Bhubaneswar
Sunday, July 13, 2025
Homeମନୋରଞ୍ଜନବଲିଉଡକୁ କମବ୍ୟାକ୍ କରୁଛନ୍ତି ଅବନୀ ମୋଦୀ

ବଲିଉଡକୁ କମବ୍ୟାକ୍ କରୁଛନ୍ତି ଅବନୀ ମୋଦୀ

ମୁମ୍ଵାଇ : ମଡେଲ୍ ତଥା ଅଭିନେତ୍ରୀ ଅବନୀ ମୋଦି ଏବେ ଚର୍ଚ୍ଚାରେ । ଫିଲ୍ମ ‘ମୋଦି ଜୀ କି ବେଟି’ ଜରିଆରେ ସେ ବଲିଉଡକୁ ଫେରୁଛନ୍ତି । ୨୦୧୫ ମସିହାରେ ମଧୁର ଭଣ୍ଡାରକରଙ୍କ ଫିଲ୍ମ ‘କ୍ୟାଲେଣ୍ଡର ଗର୍ଲସ’ ଜରିଆରେ ସେ ସିନେ ଦୁନିଆରେ ପାଦ ଥାପିଥିଲେ । କିନ୍ତୁ ଫିଲ୍ମଟି ଫ୍ଲପ୍ ହୋଇଥିଲା । ଗତ ୭ ବର୍ଷ ମଧ୍ୟରେ ତାମିଲ ଓ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ସକ୍ରିୟ ରହିଛନ୍ତି । କିନ୍ତୁ ବଲିଉଡରୁ ତାଙ୍କୁ କୌଣସି ଅଫର୍ ମିଳିନଥିଲା । ଏବେ ‘ମୋଦି ଜୀ କି ବେଟୀ’ ତାଙ୍କ ପାଇଁ ବଲିଉଡର ବିଗ୍ ଟିକେଟ୍ ହେବ। ଗୁଜରାଟର ଗାନ୍ଧିନଗରରେ ଜନ୍ମିତ ଅବନୀ ଅହମଦାବାଦରେ ଅଧ୍ୟୟନ ଶେଷ କରିଛନ୍ତି । କଲେଜରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଧୀରେ ଧୀରେ ଅଭିନୟ ପ୍ରତି ତାଙ୍କର ରୁଚି ବଢ଼ିଲା । ଶୋମୁ ମୁଖାର୍ଜୀଙ୍କର ଏକ ଫିଲ୍ମରେ ଜଣେ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ କାମ କଲେ । ଏହା ପରେ ତାଙ୍କ କ୍ୟାରିଅର୍ ଆଗକୁ ବଢ଼ିଲା । ସ୍ଥାନୀୟ ଚ୍ୟାନେଲରେ ଅଭିନୟ ସହିତ ବିଜ୍ଞାପନ ଓ ମଡେଲିଂରେ ନଜର ଆସିଲେ । ତା’ପରେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଲେ । ତାଙ୍କର ଅନ୍ତର୍ଜାତୀୟ କ୍ଷୁଦ୍ର ଫିଲ୍ମ ‘ଗୁଲାବ୍’ କାନାଡା ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ରେ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ପାଇଥିଲା ।ଏହା ପରେ ଅବନୀଙ୍କ ଭାଗ୍ୟ ବଦଳିଗଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking