26.1 C
Bhubaneswar
Friday, March 29, 2024
Homeଓଡିଶାଶାରଦୀୟ ଆସର ଆଲୋଚନା

ଶାରଦୀୟ ଆସର ଆଲୋଚନା

ରାଉରକେଲା: ସାରନଗରୀ ସ୍ଥିତ ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦର ଶାରଦୀୟ ଆସର ସାହିତ୍ୟ ଆଲୋଚନା ଓ ସଭାପତି ମନୋନୟନ ପରିଷଦର କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗୋପବନ୍ଧୁ ପ୍ରଗତି ପରିଷଦ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକ ପ୍ରାରମ୍ଭରେ ସାହିତ୍ୟର ବିଭିନ୍ନ ଦିଗ ଉପରେ ଶଚିନ୍ଦ୍ର କୁମାର ସ୍ୱାଇଁ ଓ ପ୍ରସନ୍ନ କୁମାର ନନ୍ଦ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସେହିପରି ମା’ ଦୁର୍ଗାଙ୍କ ବିଭିନ୍ନ ରୂପର ବର୍ଣ୍ଣନା ହରପ୍ରିୟା ପରିଡ଼ା ଓ ହରିହର ବେହେରାଙ୍କ ଦ୍ୱାରା କରାଯାଇଥିଲା । ପରେ କବି ସୁଶାନ୍ତ କୁମାର ନାୟକଙ୍କ ପ୍ରସ୍ତାବରେ ହରିହର ବେହେରାଙ୍କୁ ଆଗାମୀ ୩ ବର୍ଷ ପାଇଁ ସଭାପତି ଭାବେ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହାକୁ ଶଚୀନ୍ଦ୍ର କୁମାର ସ୍ୱାଇଁ ସମର୍ଥନ ଜଣାଇଥିଲେ । ପ୍ରକାଶ ଥାଉକି, ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କ ବିୟୋଗ ପରେ ଉକ୍ତ ସଭାପତି ପଦବୀ ଖାଲି ରହିଥିଲା । ସେହିପରି ଉପସଭାପତି ଭାବେ ସୁଶାନ୍ତ କୁମାର ନାୟକ ଓ କୋଷାଧ୍ୟକ୍ଷ ଭାବେ ଅଜୟ କୁମାର ବିଶ୍ୱାଳଙ୍କୁ ସର୍ବସମ୍ମତି କ୍ରମେ ମନୋନୟନ କରାଯାଇଥିଲା । କେବଳ କାର୍ଯ୍ୟକାରୀ ସଭ୍ୟସଭ୍ୟାଙ୍କୁ ନେଇ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ବୈଠକର ଆୟୋଜନ କରାଯାଇଥିଲା । ବୈଠକରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଗୌରାଙ୍ଗ ଦାଶ, ଉପସଭାପତି ବିଜୟ କୁମାର ମହାନ୍ତି, ଲକ୍ଷ୍ମୀ ପଣ୍ଡା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking