36.1 C
Bhubaneswar
Thursday, April 24, 2025
Homeଓଡିଶାଟ୍ରକ ସହ ଧକ୍କା ହେଲା ଅଟୋ : ଡ୍ର।ଇଭର ସମେତ ୭ ଜଣ ଛାତ୍ରଛାତ୍ରୀ ଆହତ,...

ଟ୍ରକ ସହ ଧକ୍କା ହେଲା ଅଟୋ : ଡ୍ର।ଇଭର ସମେତ ୭ ଜଣ ଛାତ୍ରଛାତ୍ରୀ ଆହତ, ୩ ଗୁରୁତର

ମୁନିଗୁଡା :ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ହାଟ ଦହିଖାଲ ନିକଟରେ ଟ୍ରକ ସହ ଅଟୋ ର ଧକ୍କା ହେବା ଫଳରେ ଅଟୋ ରେ ବସିଥିବା ୬ ଜଣ ଛାତ୍ରୀଛାତ୍ର ଙ୍କ ସମେତ ଅଟୋ ଡ୍ରାଇଭର ଆହତ ହୋଇ ମୁନିଗୁଡା ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ସେଥିମଧ୍ୟରୁ ୩ଜଣ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ୬ ଜଣଙ୍କ ମଧ୍ୟରୁ ୪ ଜଣ ଛାତ୍ରୀ ଓ ୨ ଜଣ ଛାତ୍ର ଅଛନ୍ତି ।ଅଟୋଟି ଅମ୍ବାଦଳା ରୁ ଛାତ୍ରୀଛାତ୍ର ଙ୍କୁ ନେଇ ମୁନିଗୁଡା ଆଦର୍ଶ ବିଦ୍ୟାଳୟ କୁ ଆସୁଥିବା ବେଳେଏହି ଦୁର୍ଘଟଣା ଟି ଘଟିଛି । ଖବରପାଇ ମୁନିଗୁଡା ପୋଲିସ, ମୁନିଗୁଡା ବିଡିଓ ଓ ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ମାନେ ଡାକ୍ତରଖାନାରେ ପହଞ୍ଚିଛନ୍ତି ।ପୋଲିସ ଘଟଣାର ତଦନ୍ତ ଯାରିରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking