27.1 C
Bhubaneswar
Sunday, September 8, 2024
Homeଖେଳଅଷ୍ଟ୍ରେଲିଆନ୍ ଓପନ୍‌: ଅନ୍ତିମ ୪ରେ ଜୋକୋଭିଚ୍‌; ମିକ୍ସଡ୍ ଡବଲ୍ସ ଫାଇନାଲ୍‌ରେ ସାନିଆ-ବୋପନ୍ନା

ଅଷ୍ଟ୍ରେଲିଆନ୍ ଓପନ୍‌: ଅନ୍ତିମ ୪ରେ ଜୋକୋଭିଚ୍‌; ମିକ୍ସଡ୍ ଡବଲ୍ସ ଫାଇନାଲ୍‌ରେ ସାନିଆ-ବୋପନ୍ନା

ମେଲ୍‌ବର୍ଣ୍ଣ : କ୍ୟାରିୟର୍‌ର ଅନ୍ତିମ ଗ୍ରାଣ୍ଡ୍ ସ୍ଲାମ୍ ଖେଳୁଥିବା ଭାରତର ଷ୍ଟାର୍ ଟେନିସ୍ ଖେଳାଳି ସାନିଆ ମିର୍ଜା ସପ୍ତମ ମେଜର୍ ଟାଇଟଲ୍ ବିଜୟ ନିକଟତର ହୋଇଛନ୍ତି । ବୁଧବାର ସାନିଆ ନିଜ ଦେଶର ରୋହନ ବୋପନ୍ନାଙ୍କ ସହିତ ମିକ୍ସଡ୍ ଡବଲ୍ସ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ମେଲ୍‌ବର୍ଣ୍ଣରେ ବୁଧବାର ଖେଳାଯାଇଥିବା ସେମିଫାଇନାଲ୍‌ର ତୃତୀୟ ସେଟ୍‌ରେ ବ୍ରିଟେନ୍‌ର ନୀଲ୍ ସ୍କୁପ୍‌ସ୍କି ଏବଂ ଆମେରିକାର ଡେସିରେ କ୍ରାଭ୍‌ଜିକ୍‌ଙ୍କ ଯୋଡ଼ି ଓହରିଯିବା ଫଳରେ ଭାରତୀୟ ଯୋଡ଼ିକୁ ବିଜେତା ଘୋଷଣା କରାଯାଇଛି । ତୃତୀୟ ସିଡ୍ ଯୋଡ଼ି ମ୍ୟାଚ୍‌ରୁ ଓହରିବା ବେଳକୁ ମ୍ୟାଚ୍ ୧-୧ର ସମାନ ସ୍ଥିତିରେ ଥିଲା ।

ମ୍ୟାଚ୍‌ର ପ୍ରଥମ ସେଟ୍ ଭାରତୀୟ ଯୋଡ଼ି ୭-୬ରେ ଜିତିଥିଲେ । ଏହାପରେ ବ୍ରିଟିଶ୍‌-ଆମେରିକୀୟ ଯୋଡ଼ି ପରବର୍ତ୍ତୀ ସେଟ୍‌କୁ ୭-୬ରେ ନିଜ ନାମରେ କରି ମ୍ୟାଚ୍‌କୁ ରୋମାଞ୍ଚକ କରିଦେଇଥିଲେ । ଭାରତୀୟ ଯୋଡ଼ି ଅନ୍ତିମ ସେଟ୍‌ର ଦଶ ଗେମ୍ ଜିତିସାରିଥିଲେ । ଏହି ଭାରତୀୟ ଯୋଡ଼ି ଛଅବର୍ଷ ପୂର୍ବେ ୨୦୧୭ରେ ଫ୍ରେଞ୍ଚ୍ ଓପନ୍‌ର ମିକ୍ସଡ୍ ଡବଲ୍ସ ଟାଇଟଲ୍ ଜିତିଥିଲା । ସେହିପରି ବର୍ଷର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆନ୍ ଓପନ୍‌ରେ ମହେଶ ଭୂପତିଙ୍କ ସହିତ ସାନିଆ ୨୦୦୯ରେ ଚାମ୍ପିଅନ୍ ହୋଇଥିଲେ । ଚଳିତ ଟୁର୍ଣ୍ଣାମେଣ୍ଟ୍‌ର କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ସାନିଆ-ବୋପନ୍ନାଙ୍କ ଯୋଡ଼ିକୁ ସ୍ପେନ୍‌ର ବେଗା ହର୍ଣ୍ଣାଣ୍ଡେଜ୍ ଏବଂ ଲାଟ୍‌ଭିଆର ଜେନେନା ଓସ୍ତାପେଙ୍କୋ ୱାକ୍‌ଓଭର୍ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking