40.1 C
Bhubaneswar
Sunday, June 16, 2024
Homeଖେଳଟେଷ୍ଟ ଫାଇନାଲରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ

ଟେଷ୍ଟ ଫାଇନାଲରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ: ମାଟି କାମୁଡିଲା ଟିମ୍ ଇଣ୍ଡିଆ । ଲଗାତାର ଦ୍ବିତୀୟ ଥର ପାଇଁ ଭାରତର ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଟାଇଟଲ୍ ଆଶା ଧୂଳିସାତ୍ ହୋଇଛି । ଇଂଲଣ୍ଡର ଦି ଓଭାଲରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଶୋଚନୀୟ ପରାଜୟ ବରଣ କରିଛି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ । ଫଳରେ ୧୦ ବର୍ଷ ପରେ ଭାରତର ଆଇସିସି ଟ୍ରଫି ଜିତିବା ଆଶା ମଉଳି ଯାଇଛି । ଦ୍ବିତୀୟ ଇନିଂସରେ ୪୪୪ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ମାତ୍ର ୨୩୪ ରନରେ ଅଲଆଉଟ୍ ହୋଇଯାଇଛି ।

ଦ୍ବିତୀୟ ଇନିଂସରେ ଭାରତକୁ ବିଜୟ ପାଇଁ ୪୪୪ ରନ ଆବଶ୍ୟକ ଥିବା ବେଳେ ଦଳ ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ୪୦ ଓଭରରେ ୩ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୬୪ ରନ । ଶୁବମାନ ଗିଲ ୧୮ ରନ, ରୋହିତ ଶର୍ମା ୪୩ ରନ ଓ ଚେତେଶ୍ବର ପୁଜାରା ୨୪ ରନ କରି ଆଉଟ ହୋଇଥିଲେ । ତେବେ ଅନ୍ତିମ ଦିନ ରୋମାଞ୍ଚକର ହେବା ନେଇ ଆଶା କରାଯାଉଥିଲା । କିନ୍ତୁ ଭାରତର ଜଣେ ପରେ ଜଣେ ବ୍ୟାଟର୍ ପ୍ୟାଭିଲିୟନ ଫେରିଥିଲେ । ଏପରିକି ଲଞ୍ଚ ବିରତି ପୂର୍ବରୁ ହିଁ ଆତ୍ମସମର୍ପଣ କରିଥିଲା ଭାରତୀୟ ଦଳ । ୫ମ ଦିନର ପ୍ରଥମ ସେସନରେ ହିଁ ଦଳ ଅଲଆଉଟ୍ ହୋଇଯାଇଛି ।

ଦ୍ବିତୀୟ ଇନିଂସରେ ଭାରତକୁ ବିଜୟ ପାଇଁ ୪୪୪ ରନ ଆବଶ୍ୟକ ଥିବା ବେଳେ ଦଳ ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ୪୦ ଓଭରରେ ୩ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୬୪ ରନ । ଶୁବମାନ ଗିଲ ୧୮ ରନ, ରୋହିତ ଶର୍ମା ୪୩ ରନ ଓ ଚେତେଶ୍ବର ପୁଜାରା ୨୪ ରନ କରି ଆଉଟ ହୋଇଥିଲେ । ତେବେ ଅନ୍ତିମ ଦିନ ରୋମାଞ୍ଚକର ହେବା ନେଇ ଆଶା କରାଯାଉଥିଲା । କିନ୍ତୁ ଭାରତର ଜଣେ ପରେ ଜଣେ ବ୍ୟାଟର୍ ପ୍ୟାଭିଲିୟନ ଫେରିଥିଲେ । ଏପରିକି ଲଞ୍ଚ ବିରତି ପୂର୍ବରୁ ହିଁ ଆତ୍ମସମର୍ପଣ କରିଥିଲା ଭାରତୀୟ ଦଳ ।

୫ମ ଦିନର ପ୍ରଥମ ସେସନରେ ହିଁ ଦଳ ଅଲଆଉଟ୍ ହୋଇଯାଇଥିଲା । ବିରାଟ କୋହଲି ୪୯ ରନ ଓ ରବିନ୍ଦ୍ର ଜାଡେଜା ୦ ରନ କରି ଆଉଟ ହୋଇଥିବା ବେଳେ ଅଜିଙ୍କ୍ୟ ରାହାଣେ ୪୬ ରନ, ଶ୍ରୀକର ଭରତ ୨୩ ରନ, ଶାର୍ଦ୍ଦୁଲ ଠାକୁର ୦ ରନ, ଉମେଶ ଯାଦବ ୧ ରନ ଓ ମହମ୍ମଦ ସିରାଜ ୧ ରନ କରି ଆଉଟ ହୋଇଥିଲେ। ମହମ୍ମଦ ସାମି ୧୩ ରନ କରି ଅପରାଜିତ ଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥାନ୍ ଲାୟନ ୧୫.୩ ଓଭରରେ ୪୧ ରନ ଦେଇ ସର୍ବାଧିକ ୪ଟି ଓ୍ବିକେଟ୍ ନେଇଥିବା ବେଳେ, ସ୍କଟ୍ ବୋଲାଣ୍ଡ ୧୬ ଓଭରରେ ୪୬ ରନ ଦେଇ ୩ଟି ଓ୍ବିକେଟ, ମିଚେଲ୍ ଷ୍ଟାର୍କ ୧୪ ଓଭରରେ ୭୭ ରନ ୨ ଓ୍ବିକେଟ୍, ଅଧିନାୟକ ପାଟ୍ କମିନ୍ସ ୧୩ ଓଭରରେ ୫୫ ରନ ୧ ଓ୍ବିକେଟ୍ ଓ କାମେରୁନ୍ ଗ୍ରୀନ ୫ ଓଭରରେ ୧୩ ରନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking