ନୂଆଦିଲ୍ଲୀ : ଡିସେମ୍ବର ୧୯ରେ ଦୁବାଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମୀ ଡକାଯିବ । ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଂଚାଇଜିଙ୍କ ନଜର ରଖିଛନ୍ତି ।ଗୁଜରାଟ ପକେଟରେ ଅଛି ସର୍ବାଧିକ ଟଙ୍କା ରହିଛି । ୨ କୋଟି ବେସ ପ୍ରାଇସରେ ୨୩ ଖେଳାଳି ରହିଛନ୍ତି । ଏଥିମଧ୍ୟରୁ ୩ ଜଣ ଭାରତୀୟ ଖେଳାଳି ହର୍ସଲ ପଟେଲ, ଉମେଶ ଯାଦବ ଏବଂ ଶାର୍ଦୁଲ ଠାକୁରଙ୍କ ନାଁ ରହିଛି । ତେବେ ୨୦୨୪ ଆଇପିଏଲ ରିଷଭ ପନ୍ତ ଖେଳିବା ନେଇ ସଙ୍କେତ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଯେଉଁ ଖେଳାଳି ନିଲାମୀରେ ସାମିଲ ହେବେ ସେମାନଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ବିଶ୍ୱକପ୍ ବିଜେତା ଦଳର ଅଷ୍ଟ୍ରେଲିଆ ଖେଳାଳି ଟ୍ରାଭିସ୍ ହେଡ୍ ଏବଂ ପ୍ୟାଟ୍ କମିନ୍ସଙ୍କ ନାମ ମଧ୍ୟ ରହିଛି । ଗୁଜୁରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଯାଇଛନ୍ତି । ଯଏକି ସବୁଠୁ ଦାମୀ ଖେଳାଳି ରହିଛନ୍ତି । ଏହିପାଇଁ ୧୧୬୬ ଜଣ ଖେଳାଳୀଙ୍କ ନାଁ ପଞ୍ଜୀକରଣ ହୋଇଥିଲା । ସେଥିମଧ୍ୟରୁ ୩୩୩ଜଣ ଖେଳାଳୀଙ୍କୁ ନିଲାମ ପାଇଁ ଚୟନ କରାଯାଇଥିବା ବେଳେ ସେଥିରେ ୨୧୪ ଭାରତୀୟ ଖେଳାଳି ଏବଂ ୧୧୯ ବିଦେଶୀ ଖେଳାଳି ରହିଛନ୍ତି । ଯେଉଁଥିରେ ମାତ୍ର ୭୭ଜଣ ଖେଳାଳି କିଣା ହେବେ । ତେବେ ଫ୍ରାଚାଇଜି ମାନଙ୍କ ପକେଟରେ ମୋଟ ୨୬୨.୯୫ କୋଟି ଟଙ୍କା ରହିଛି । ଗୁଜୁରାଟ ଟାଇଟନ୍ସ ପର୍ସରେ ସବୁଠୁ ଅଧିକ ୩୮.୧୫ କୋଟି ଟଙ୍କା ଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ସବୁଠାରୁ କମ ୧୫.୨୫ କୋଟି ଟଙ୍କା ଅଛି ।