31.1 C
Bhubaneswar
Wednesday, June 26, 2024
Homeଅପରାଧପତ୍ନୀକୁ ଯୌତୁକ ନିର୍ଯାତନା ସହ ହତ୍ୟା ଉଦ୍ୟମ, ସ୍ୱାମୀ ଗିରଫ

ପତ୍ନୀକୁ ଯୌତୁକ ନିର୍ଯାତନା ସହ ହତ୍ୟା ଉଦ୍ୟମ, ସ୍ୱାମୀ ଗିରଫ

ବ୍ରହ୍ମପୁର: ଅଧିକ ଯୌତୁକ ଦାବି ନେଇ ସ୍ତ୍ରୀକୁ ମାମସିକ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ ଅଭିଯୋଗରେ ବଡ଼ ବଜାର ପୁଲିସ ସ୍ୱାମୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ଜି. ରଘୁନାଥପୁର ଗ୍ରାମର ଜେ. ଜାଗାୟା ପାତ୍ର ବୋଲି ପୁଲିସ କହିଛି । ଆଜି ଅଭିଯୁକ୍ତ ଜାଗାୟାକୁ ପୁଲିସ କୋର୍ଟଚାଲାଣ କରିଛି । ସୂଚନାଯୋଗ୍ୟ ଯେ ୨୦୧୦ ମାର୍ଚ୍ଚ ମାସରେ ଜି. ରଘୁନାଥପୁର ଗ୍ରାମର ଜେ. ଜାଗାୟା ପାତ୍ରଙ୍କୁ ଜେ. ଶ୍ରୀମତୀ ପାତ୍ର ବିବାହ କରିଥିଲେ । ବିବାହ ପରେ ଉଭୟଙ୍କ ଦୁଇଟି ସନ୍ତାନ ରହିଛି । ବିବାହର କିଛି ବର୍ଷ ପରେ ଅଧିକ ଯୌତୁକ ନିମନ୍ତେ ସ୍ୱାମୀ ଜାଗାୟା ଦାବି କରିଥିଲେ । ସ୍ତ୍ରୀ ଜଣଙ୍କ ଯୌତୁକ ନଆଣିବାକୁ ଜାଗାୟା ବିଭିନ୍ନ ସମୟରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ ।

କୌଣସି କାରଣଙ୍କୁ କେନ୍ଦ୍ର କରି ସ୍ତ୍ରୀଙ୍କୁ ଗତ ୨୧ ତାରିଖରେ ସ୍ୱାମୀ ଏକ ମାରଣାସ୍ତ୍ରରେ ତାଙ୍କ ବେକଙ୍କୁ ଆକ୍ରମଣ କରିଥିଲେ । ଯାହାକୁ ନେଇ ଶ୍ରୀମତୀଙ୍କ ବେକରୁ ରକ୍ତସ୍ରାବ ହୋଇଥିଲା । ଏ ନେଇ ସେ ବଡ଼ ବଜାର ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଆଜି ପୁଲିସ ଅଭିଯୁକ୍ତ ସ୍ୱାମୀ ଜାଗାୟା ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ କହିଛି । ଅନ୍ୟପକ୍ଷରେ ପୂର୍ବରୂ ଶ୍ରୀମତୀ ସମାନ ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୧୧ ମାସ ହେବ ଶ୍ରୀମତୀ ତାଙ୍କ ସ୍ୱାମୀଙ୍କ ସହ ରହି ଆସୁଥିବା ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking