32.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶ‘ଥ୍ରେଡ୍‌ସ୍‌ ଆପ୍‌’ ଲାଗି ‘ମେଟା’ ନାଁ’ରେ ମାମଲା କରିବାକୁ ଧମକ ଦେଲା ‘ଟୁଇଟର୍‌’

‘ଥ୍ରେଡ୍‌ସ୍‌ ଆପ୍‌’ ଲାଗି ‘ମେଟା’ ନାଁ’ରେ ମାମଲା କରିବାକୁ ଧମକ ଦେଲା ‘ଟୁଇଟର୍‌’

ନୂଆଦିଲ୍ଲୀ: ନୂଆ ‘ଥ୍ରେଡ୍‌ସ୍‌ ଆପ୍‌’ ଲାଗି ‘ମେଟା ପ୍ଲାଟ୍‌ଫର୍ମ’ ନାଁ’ରେ ମାମଲା କରିବ ବୋଲି ଏଲନ୍‌ ମସ୍କ୍‌ଙ୍କ ‘ଟୁଇଟର୍‌’ ଧମକ ଦେଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏର୍ଟସ୍‌’ ରିପୋର୍ଟ କରିଛି। ମାମଲା ଦାଏର କରିବା ପୂର୍ବରୁ ‘ଫେସ୍‌ବୁକ୍‌ ପ୍ୟାରେଣ୍ଟ୍‌ସ୍‌’ ‘ସିଇଓ’ ମାର୍କ ଜୁକର୍‌ବର୍ଗଙ୍କ ନିକଟକୁ ‘ଟୁଇଟର୍‌’ର ଓକିଲ ଆଲେକ୍ସ ସ୍ପାଇରୋଙ୍କ ଜରିଆରେ ଏକ ଚିଠି ପଠାଯାଇଛି। ଉଲ୍ଲେଖଯୋଗ୍ୟ, ବୁଧବାର ଦିନ ‘ମେଟା’ ଶୁଭାରମ୍ଭ କରିଥିବା ‘ଥ୍ରେଡ୍‌ସ୍‌’ ୩୦ ନିୟୁତରୁ ଅଧିକ ‘ସାଇନ୍‌ ଅପ୍‌’ ହାସଲ କରିସାରିଲାଣି। ଏହା ଏଲନ୍‌ମସ୍କ୍‌ଙ୍କ ‘ଟୁଇଟର୍‌’ ସହିତ ପ୍ରତିଦ୍ବନ୍ଦ୍ବିତା କରିବା ଭଳି ମନେହେଉଛି।

ପଠାଯାଇଥିବା ଚିଠିରେ ସ୍ପାଇରୋ ଅଭିଯୋଗ କରିଛନ୍ତି ଯେ, ‘ଟୁଇଟର୍‌’ର ବ୍ୟବସାୟ ରହସ୍ୟ ଓ ଅନ୍ୟାନ୍ୟ ଗୋପନୀୟ ସୂଚନା ଜାଣିଥିବା ଓ ଏବେ ମଧ୍ୟ ସେଥିପ୍ରତି ଉନ୍ମୁକ୍ତ ଥିବା ‘ଟୁଇଟର୍‌’ର ପୂର୍ବତନ କର୍ମଚାରୀମାନଙ୍କୁ ‘ମେଟା’ ନିଯୁକ୍ତି ଦେଉଛି। ତେଣୁ, ‘ଟୁଇଟର୍‌’ର ବ୍ୟବସାୟ ରହସ୍ୟ ଓ ଅନ୍ୟାନ୍ୟ ଗୋପନୀୟ ସୂଚନା ଆଦି ବ୍ୟବହାର ନ କରିବା ଲାଗି ଏହି ଚିଠିରେ ‘ମେଟା’କୁ ସତର୍କ କରାଇ ଦିଆଯାଇଛି। କାରଣ, ଏ କ୍ଷେତ୍ରରେ ‘ଟୁଇଟର୍‌’ ତା’ର ‘ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ରାଇଟ୍ସ୍‌’କୁ କଡାକଡ଼ି ଲାଗୁ କରିବାକୁ ଚାହୁଁଛି ବୋଲି ଉକ୍ତ ଚିଠିରେ ସ୍ପାଇରୋ ଉଲ୍ଲେଖ କରିଛନ୍ତି। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ମେଟା’ ମୁଖପାତ୍ର ଆଣ୍ଡି ଷ୍ଟୋନ୍‌ ‘ଥ୍ରେଡ୍‌ସ୍‌ ପୋଷ୍ଟ’ରେ କହିଛନ୍ତି, ‘ଥ୍ରେଡ୍‌ସ୍‌ ଇଞ୍ଜିନିୟରିଙ୍ଗ୍‌ ଟିମ୍‌’ର କୌଣସି ସଦସ୍ୟ ‘ଟୁଇଟର୍‌’ର ପୂର୍ବତନ କର୍ମଚାରୀ ନୁହନ୍ତି; କିନ୍ତୁ, ମାମଲା ଦାଏର କରିବାକୁ ଧମକ ଦେବାର ପ୍ରକୃତ କାରଣ ତାହା ନୁହେଁ, ଅନ୍ୟ କିଛି। ସେପଟେ, ପ୍ରତିକ୍ରିୟା ବ୍ୟକ୍ତ କରି ‘ଟୁଇଟର୍‌’ର ମାଲିକ ଏଲନ୍‌ ମସ୍କ୍‌ କହିଛନ୍ତି, ପ୍ରତିଯୋଗିତା କରିବା ଭଲ କଥା, କିନ୍ତୁ ଠକିବା ଠିକ୍‌ ନୁହେଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking