ଭୁବନେଶ୍ୱର: ରାଜ୍ୟକୁ ପ୍ରଧାନମନ୍ତ୍ରୀ ଆଉ ଏକ ବଡ ଉପହାର ଦେଇଛନ୍ତି । ଜାନୁଆରୀ ୭ରୁ ଭୁବନେଶ୍ୱରରୁ ରାଉରକେଲାକୁ ଏଟିଆର-୭୨ ବିମାନ ଉଡିବ । ବିମାନ ଚଳାଚଳକୁ ନେଇ ଟ୍ୱିଟ କରି ଏପରି ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ । ସେ ଆହୁରି କହିଛନ୍ତି, ହକି ବିଶ୍ୱକପ ଥିବାରୁ ରାଉରକେଲାକୁ ବିମାନ ଚଳାଚଳ କରିବା ଗୁରୁତ୍ୱପୂର୍ଣ୍ଣ ଥିଲା । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବେସାମରିକ ବିମାନ ଚଳାଚଳ ଦ୍ୱାରା ସହଜ ପରିବହନ, ବଞ୍ଚିତ ଅଂଚଳର ବିକାଶ ତଥା ନାଗରିକଙ୍କ ଆକାଂକ୍ଷା ପୂରଣ ଏକ ବଡ ଆଧାର ପାଲଟିଛି । ସେହିପରି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ୱିଟ୍ କରି କହିଛନ୍ତି, ରାଉରକେଲା ବିମାନବନ୍ଦରରେ ଏଟିଆର-୭୨ ବିମାନର ସଫଳ ପରୀକ୍ଷଣ ଦ୍ୱାରା ଆଂଚଳିକ ବିମାନ ଚଳାଚଳର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ।
प्रधानमंत्री @narendramodi जी की ओर से ओड़िशा के लोगों के लिए एक और उपहार।
7 जनवरी से राउरकेला एअरपोर्ट पर उड़ान सेवा का शुभारंभ क्षेत्रीय कनेक्टिविटी को सुदृढ़ करने की दिशा में बड़ा कदम है।इससे ओड़िशा के औद्योगिक और खनिज क्षेत्रों में आर्थिक गतिविधियों को बढ़ावा मिलेगा। https://t.co/TAXbtmcRmc
— Dharmendra Pradhan (@dpradhanbjp) January 1, 2023