ନବରଙ୍ଗପୁର : ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ବ୍ଲକ ଅଫିସକୁ ଲାଗିଥିବା ଏସବିଆଇ ଏଟିଏମ କାଟି ଟଙ୍କାପଇସା ଲୁଟି ନେଇଥିଲେ ଲୁଟେରା। ପରେ ଏଟିଏମରେ ନିଆଁ ଲଗାଇ ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଛାନଭିନ୍ କରିଥିଲା। ପରେ ଡାବୁଗାଁ ପାଖ ଜଙ୍ଗଲ ଭିତରେ ଏକ କାର୍ ଠାବ କରିଥିଲା। ଜଙ୍ଗଲରେ ଲୁଟେରାମାନେ ଲୁଚି ରହିଥିବା ପୁଲିସର ସନ୍ଦେହ ବଢ଼ିଥିଲା। ଲୁଟେରାଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୁଲିସ। ରାତି ତମାମ ଛାନଭିନ୍ ପରେ ୫ଜଣ ଲୁଟେରାଙ୍କୁ ଗିରଫ କରିଥିଲା ପୁଲିସ।