27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଉଜ୍ଜୈନ ମନ୍ଦିରରେ କାଳ ଭୈରବଙ୍କୁ ଲାଗେ ମଦିରା ଭୋଗ; ଭୋଗ ଲାଗିବା ପରେ ଉଭାନ ହୋଇଯାଏ...

ଉଜ୍ଜୈନ ମନ୍ଦିରରେ କାଳ ଭୈରବଙ୍କୁ ଲାଗେ ମଦିରା ଭୋଗ; ଭୋଗ ଲାଗିବା ପରେ ଉଭାନ ହୋଇଯାଏ ମଦିରା 

ନୂଆଦିଲ୍ଲୀ: ଆମ ଦେଶରେ ଏମିତି ବହୁତ ମନ୍ଦିର ଅଛି ଯେଉଁମାନେ ନିଜର ଅଜବ ପରମ୍ପରା ଏବଂ ରହସ୍ୟ ପାଇଁ ଜଣାଶୁଣା । ଏମିତି ଏକ ମନ୍ଦିର ରହିଛି ମଧ୍ୟପ୍ରଦେଶ ଉଜ୍ଜୈନରେ । ଉଜେଜେନ କାଳ ଭୈରବ ମନ୍ଦିରର ରହିଛି ଏମିତି କିଛି ରହସ୍ୟ ଯେଉଥିପାଇଁ ଏହା ପ୍ରସିଦ୍ଧ । ଏହି ମନ୍ଦିରରେ କାଳ ଭୈରବ ମଦିରା ପାନ କରନ୍ତି । କିନ୍ତୁ ଏହି ମଦିରା କୁଆଡେ ଯାଏ ତାହା ଆଜି ମଧ୍ୟ ରହସ୍ୟ ଘେରରେ । କାଳ ଭୈରବ ମଦିରା ପିଉଥିବା ଏହି ଦୃଶ୍ୟକୁ ଦେଖିବା ପାଇଁ ସାରା ଦେଶରୁ ଲୋକଙ୍କ ଭିଡ ଜମେ ।
ମନ୍ଦିର ସହିତ ଜଡିତ କିଛି ଖାସ କଥା ଜାଣନ୍ତୁ :
କ୍ଷିପ୍ରା ନଦୀ କୂଳରେ ଭୈରବଗଡ଼ କ୍ଷେତ୍ରରେ କାଳ ଭୈରବଙ୍କ ମନ୍ଦିର ଅବସ୍ଥିତ । ଏହି ମନ୍ଦିରର ସବୁଠାରୁ ବଡ ପରମ୍ପରା ହେଲା ଏଠାରେ କାଳ ଭୈରବଙ୍କୁ ମଦିରା ଭୋଗ ଲଗାଯାଏ ।
ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଭୋଗ ଲଗାଯାଇଥିବା ମଦିରା ପାତ୍ର ଦେଖୁ ଦେଖୁ ଖାଲି ହୋଇଯାଇଥାଏ । ତେବେ ଏହି ମଦିରା କୁଆଡେ ଯାଏ ତାହା ରହସ୍ୟମୟ ହୋଇ ରହିଛି । ଏହି ଚମତ୍କାରକୁ ଦେଖିବା ପାଇଁ ଏଠାରେ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ ଜମେ । ଅନେକ ବୈଜ୍ଞାନିକ ମଧ୍ୟ ମନ୍ଦିରର ଏହି ରହସ୍ୟ ଜାଣିବା ପାଇଁ ଆସିଲେ କିନ୍ତୁ ଏହି ଚମତ୍କାର ପଛର କାରଣ ଜାଣିପାରିଲେନାହିଁ ।
କାଳ ଭୈରବଙ୍କୁ ମଦିରା ଅର୍ପଣ କଲାବେଳେ ନିଜର ସମସ୍ତ ପାପ ଭଗବାନଙ୍କୁ ସମର୍ପଣ କରି ପୁଣ୍ୟ ରାସ୍ତାରେ ଚାଲିବ ପାଇଁ ସଂକଳ୍ପ କରିବା ଉଚିତ । ମଦିରା ଶକ୍ତି ଏକ ରୂପ ବୋଲି ବିଶ୍ୱାସ ରହିଛି । କିନ୍ତୁ ଏହି ଶକ୍ତିକୁ ଉପଭୋଗ କରିବା ଅନୁଚିତ । ଯେଉଁଆମେନ ଏହି ଶକ୍ତି ଉପଭୋଗ କରିଥାନ୍ତି ସେମାନେ ପଥଭ୍ରଷ୍ଟ ହୋଇଯାନ୍ତି ।
ମନ୍ଦିରର ପୂଜାରୀଙ୍କ କହିବାନୁଯାୟୀ, ସ୍କନ୍ଦ ପୁରାଣର ଅବନ୍ତୀ ଖଣ୍ଡରେ ଏହି ମନ୍ଦିରର ବର୍ଣନା କରାଯାଇଛି । ଏହି ମନ୍ଦିରରେ ଭଗବାନ କାଳ ଭୈରବଙ୍କ ବୈଷ୍ଣବ ସ୍ୱରୂପ ପୂଜା ପାଇଥାନ୍ତି । ଅନେକ କିମ୍ବଦନ୍ତୀ ମଧ୍ୟ ମନ୍ଦିର ସହିତ ଜଡିତ ରହିଛି । ଉଜେଜେନର ରାଜା ଭଗବାନ ମହାକାଳ କାଳ ଭୈରବଙ୍କୁ ସହରର ସୁରକ୍ଷା ପାଇଁ ନିଯୁକ୍ତ କରିଥିଲେ । ଏଥିପାଇଁ କାଳ ଭୈରବଙ୍କୁ ସହରର ଜଗୁଆଳି ବୋଲି ମଧ୍ୟ କୁହାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking