28.1 C
Bhubaneswar
Saturday, December 28, 2024
Homeବ୍ରେକୀଙ୍ଗଚ୍ୟାଲେଞ୍ଜ ଗ୍ରହଣ କଲେ, ନିର୍ବାଚନ ମଣ୍ଡଳୀ ବଦଳାଇଲେ ମମତା

ଚ୍ୟାଲେଞ୍ଜ ଗ୍ରହଣ କଲେ, ନିର୍ବାଚନ ମଣ୍ଡଳୀ ବଦଳାଇଲେ ମମତା

ନୂଆଦିଲ୍ଲୀ: ଆଜି ତୃଣମୂଳ କଂଗ୍ରେସ ତରଫରୁ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ବାଦିକ ସମ୍ମିଳନୀ କରି ଏହି  ତାଲିକା ଜାରି କରିଛନ୍ତି । ୨୯୪ ସିଟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ନିର୍ବାଚନ ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନୋଟିଫିକେସନ ଜାରି ହୋଇସାରିଛି । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧ ଏପ୍ରିଲରେ ଭୋଟ ପଡିବ । 

ତେବେ ମମତା ବାନାର୍ଜୀ ଚଳିତ ଥର ନନ୍ଦୀଗ୍ରାମରୁ ନିର୍ବାଚନ ଲଢିବେ । ସେ ଘୋଷଣା କରି କହିଛନ୍ତି, ଆମେ ୨୯୧ ସିଟରେ ନିର୍ବାଚନ ଲଢିବୁ । ଦାର୍ଜିଲିଂର ୩ ସିଟ ପାଇଁ ଅନ୍ୟ ଦଳଙ୍କୁ ସୁଯୋଗ ଦିଆଯିବ । ଟିଏମସି ପକ୍ଷରୁ ୫୦ ଜଣ ମହିଳା ଆଶାୟୀ ପ୍ରାର୍ଥୀ, ୪୨ ମୁସଲିମ ଆଶାୟୀ ପ୍ରାର୍ଥୀ, ୭୯ ଏସସି ଆଶାୟୀ ପ୍ରାର୍ଥୀ ଓ ୧୭ ଏସଟି ଆଶାୟୀ ପ୍ରାର୍ଥୀଙ୍କୁ ଟିକଟ ଦିଆଯାଇଛି । ମମତା ବାନାର୍ଜୀ ପୂର୍ବରୁ ଯେଉଁଠାରୁ ନିର୍ବାଚନ ଲଢୁଥିଲେ, ଭବାନୀପୁରରୁ ଏବେ ସୋବାନଦେବ ଚାଟାର୍ଜୀଙ୍କୁ ସୁଯୋଗ ଦିଆଯାଇଛି ।

ମମତା ଘୋଷଣା କରିଛନ୍ତି, ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକେଟ ମିଳିବ ନାହିଁ । ବାଙ୍କୁରାରୁ ଫିଲ୍ମଷ୍ଟାର ସାୟାନତିକା, ଉତ୍ତରପାଡାରୁ କଂଚନ ମଲିକ, ଶିବପୁରରୁ କ୍ରିକେଟର ମନୋଜ ତିୱାରୀ ଙ୍କୁ ଟିକେଟ ଦିଆଯାଇଛି । କଣ୍ଠଶିଳ୍ପୀ ମୁଂଶୀଙ୍କୁ ରାଜରହାଟ, ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କୁ ନର୍ଥ ଦମଦମରୁ ଟିକେଟ ଦିଆଯାଇଛି ।
ବରିଷ୍ଠ ଟିଏମସି ନେତା ମଦନ ମିତ୍ରାଙ୍କୁ କମରହାଟୀ, ମନ୍ତ୍ରୀ ଶଶି ପାଂଜାଙ୍କୁ ଶ୍ୟାମପୁକୁରରୁ ଟିକେଟ ମିଳିଛି । ପ୍ରାୟ ୨୭-୨୮ ବିଧାୟକଙ୍କୁ ଚଳିତ ଥର ଟିକେଟ ମିଳିନଥିବା ମମତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking