22.1 C
Bhubaneswar
Wednesday, January 15, 2025
Homeଓଡିଶାଆଜିଠୁ ବିଧାନସଭା ଅଧିବେଶନ

ଆଜିଠୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ବିଧାନସଭାର ସ୍ୱଳ୍ପ କାଳୀନ ଅଧିବେଶନ ଶୁକ୍ରବାରରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ରେ ଶେଷ ହେବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଅଭିଭାଷଣରୁ ହିଁ ଅଧିବେଶନ ଆରମ୍ଭ ହେବ । ଏହି ୬ ଦିନିଆ ଅଧିବେଶନ କାଳରେ ଗୃହ ଆରମ୍ଭରୁ ସର୍‌ଗରମ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଶାସକ ବିଜେଡି ସରକାରଙ୍କୁ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଘେରିବେ ବୋଲି ସ୍ପଷ୍ଟ କରିଛନ୍ତି । ତେଣୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପକ୍ଷରେ ଗୃହକୁ ସ୍ୱାଭାବିକ କରିବା ବଡ଼ କଷ୍ଟକର ହୋଇପାରେ । ଅନ୍ୟପକ୍ଷରେ ବିରୋଧୀଙ୍କୁ ମୁକାବିଲା ପାଇଁ ଶାସକ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା କହିଛି ।
ଗୁରୁବାର ବାଚସ୍ପତି ଡ. ପାତ୍ର ଗଣମାଧ୍ୟମକୁ କହିଥିଲେ, ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ଅଧିବେଶନ ଅନୁଷ୍ଠିତ ହେବ । ଏଥିପାଇଁ ବିଧାନସଭା ପରିସରରେ ସମସ୍ତଙ୍କ କୋଭିଡ୍ ପରୀକ୍ଷା କରାଯାଇଛି । ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ସୁରକ୍ଷାକର୍ମୀ ଓ ସାମ୍ବାଦିକମାନେ କୋଭିଡ୍ ପରୀକ୍ଷା କରାଇଛନ୍ତି । ଅଧିବେଶନରେ ଗୋଟିଏ ଦିନ ଛୁଟି ରହିଥିବାବେଳେ ୬ଟି କାର୍ଯ୍ୟ ଦିବସ ରହିଛି । ଶୁକ୍ରବାର ଦିନ ୧୧ଟାରେ ରାଜ୍ୟପାଳ ଅଭିଭାଷଣ ପ୍ରଦାନ କରିବେ । ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳ ଏବଂ ପୂର୍ବତନ ବାଚସ୍ପତି ସ୍ୱର୍ଗତ କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବ । ଏହାପରେ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯିବ। ୪ଟାରୁ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବ ।

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ପରଦିନ ଠାରୁ ଗୃହ କାର୍ଯ୍ୟ ଦିନ ସାଢ଼େ ୧୦ରୁ ଅପରାହ୍ନ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ବୈଠକ ଏବଂ ଅପରାହ୍ନ ୪ଟାରୁ ସଂନ୍ଧ୍ୟା ୬ଟା ଯାଏ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ବସିବ । ଦୁଇଟି ପର୍ଯ୍ୟାୟରେ ଗୃହ ୫ ଘଣ୍ଟା ଚାଲିବ । କେବଳ ୨୭ ତାରିଖ ରବିବାର ଦିନ ଗୃହ କାର୍ଯ୍ୟ ମୂଲତବୀ ରହିବ । ଲୋକସେବା ଭବନ, ଓକାକ୍ ଏବଂ ଜିଲ୍ଲା କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସ ମାଧ୍ୟମରେ ସଦସ୍ୟମାନେ ଗୃହକାର୍ଯ୍ୟରେ ସାମିଲ୍ ହୋଇପାରିବେ ।  ଡ. ପାତ୍ର ପୁଣି କହିଛନ୍ତି ଯେ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ଅନୁସାରେ କଂଗ୍ରେସ ଦୁଇ ଦିନ ଓ ବିଜେପି ୩ ଦିନ ମୁଲତବୀ ପ୍ରସ୍ତାବ ଦେବ । ଏଥର ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତିନି ମାସ ପାଇଁ ଆସନ୍ତା ୩୦ରେ ଗୃହରେ କାମଚଳା ବଜେଟ୍ ଉପସ୍ଥାପନ କରିବେ। ୩୧ରେ ବୟମଞ୍ଜୁରୀ ବିଲ୍ ପାରିତ ସହ ସ୍ୱଳ୍ପ ଅଧିବେଶନ ଶେଷ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking