19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଆସାମର ୭ ଜିଲ୍ଲା ସଂପୂର୍ଣ୍ଣ ଲକଡାଉନ

ଆସାମର ୭ ଜିଲ୍ଲା ସଂପୂର୍ଣ୍ଣ ଲକଡାଉନ

ନୂଆଦିଲ୍ଲୀ: ଆସାମ ସରକାର ରାଜ୍ୟର ୭ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ୭ ଜିଲ୍ଲାରେ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଗୋଲପାରା, ଗୋଲାଘାଟ, ଜୋରହାଟ, ଲଖୀମପୁର, ସୋନିତପୁର, ବିଶ୍ୱନାଥ ଓ ମୋରୀଗାଓଂରେ ପୂର୍ଣ୍ଣ ତାଲାବନ୍ଦ ଘୋଷଣା  କରାଯାଇଥିଲା ।  । ଏହି ଜିଲ୍ଲାରେ ୭ ଜୁଲାଇରୁ ଲକଡାଉନ କଟକଣା ରହିବ ଏବଂ ଆଗାମୀ ଆଦେଶ ପର୍ଯ୍ୟନ୍ତ  ଏହା ଲାଗୁ ରହିବ ।
ଆସାମରେ ସୋମବାର କରୋନା ଭାଇରସ ସଂକ୍ରମଣର ୨୬୪୦ ନୂଆ ମାମଲା ରେକର୍ଡ ହୋଇଛି । ଏହାପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୯୮୩୪ ହୋଇଛି । ଯେତେବେଳେ କି ୩୧ ଜଣଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ସଂଖ୍ୟା ୪୬୮୩ ହୋଇଛି । ଗୋଲାଘାଟ ଜିଲ୍ଲାରେ ସବୁଠୁ ଅଧିକ ୩୩୩ ନୂଆ ମାମଲା ସାମ୍ନାକୁ ଆସିଛି । ଏହାପରେ ସୋନିତପୁର ରେ ୨୩୩, କାମରୂପ  ମେଟ୍ରୋପଲିଟିନ ଓ ଜୋରହାଟରେ ୧୫୧ରେ ନୂଆ ମାମଲା ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking