27.1 C
Bhubaneswar
Sunday, September 29, 2024
Homeଓଡିଶାହକି ଇଣ୍ଡିଆକୁ ଏସିଆର ବେଷ୍ଟ ଅର୍ଗାନାଇଜର ଆୱାର୍ଡ ପ୍ରଦାନ

ହକି ଇଣ୍ଡିଆକୁ ଏସିଆର ବେଷ୍ଟ ଅର୍ଗାନାଇଜର ଆୱାର୍ଡ ପ୍ରଦାନ

ଭୁବନେଶ୍ୱର: ହକି ଇଣ୍ଡିଆକୁ ଏସିଆର ବେଷ୍ଟ ଅର୍ଗାନାଇଜର ଆୱାର୍ଡ ପ୍ରଦାନ କରାଯାଇଛି । ଏଫ୍‌ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପର ଉଚ୍ଚକୋଟିର ଆୟୋଜନ ପାଇଁ ସମ୍ମାନିତ ହୋଇଛି ହକି ଇଣ୍ଡିଆ । କୋରିଆର ମୁଙ୍ଗେୟଙ୍ଗରେ ଆୟୋଜିତ ସ୍ୱତନ୍ତ୍ର କାଯ୍ୟକ୍ରମରେ ଏସିଆନ ହକି ଫେଡେରେସନ ତରଫରୁ ପୁରସ୍କାର ପ୍ରଦାନ କରାଯାଇଛି । ହକି ଇଣ୍ଡିଆର ସମ୍ପାଦକ ଜେନେରାଲ ଭୋଳାନାଥ ସିଂ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ବିଶ୍ୱର ୧୬ଟି ଟିମକୁ ନେଇ ହକି ମହାକୁମ୍ଭ ଆୟୋଜନ ହୋଇଥିବାବେଳେ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ ହୋଇଥିଲା । ପୂର୍ବରୁ ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହିତ ହକି ବିଶ୍ୱକପ ଆୟୋଜନ ହୋଇଥିଲା ।

ରାଉରକେଲାରେ ପ୍ରଥମଥର ପାଇଁ ବିଶ୍ୱକପ ଆୟୋଜନ ହୋଇଥିଲାବେଳେ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ୍ ହୋଇଥିଲା । ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅଲିମ୍ପିକ୍ସ ସ୍ତରର ଭିତ୍ତିଭୂମି ରହିଛି । ଏଠାକାର ବହୁମୁଖୀ ସୁବିଧା କମନୱେଲଥ ଗେମ୍ସ ଓ ଏସିଆନ ଗେମ୍ସ ପାଇଁ ମଧ୍ୟ ଉପଯୋଗୀ । ବିଶ୍ୱକପ ଭାରତ ଆୟୋଜନ କରିଥିବାବେଳେ ଓଡ଼ିଶା ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା । ଅନ୍ତର୍ଜାତୀୟ ସ୍ତରର ଉଦଘାଟନୀ ଉତ୍ସବରେ ଅନେକ ନାମୀଦାମୀ କଳାକାର ଯୋଗଦେଇଥିଲେ । ବିଶ୍ୱସ୍ତରୀୟ ଆୟୋଜନ ପାଇଁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ବିଶ୍ୱକପରେ ଯୋଗଦେଇଥିଲେ । ଓଲିଲ୍ୟାଣ୍ଡ ସହିତ ଦୁଇ ସହରର ସୌନ୍ଦର୍ଯ୍‌ଯକରଣ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଯେଉଁଥିରେ ସମସ୍ତ ଖେଳାଳି ସହତ କ୍ରୀଡ଼ାପ୍ରେମୀ ଖୁସି ପ୍ରକାଶ କରିଥିଲେ । ଟୁର୍ଣ୍ଣାମେଣ୍ଟ ପାଇଁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏସିଆନ୍ ହକି ଫେଡେରେସନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking