40.1 C
Bhubaneswar
Sunday, June 16, 2024
Homeଖେଳଏସିଆନ୍ ରିଲେ ଚାମ୍ପିଅନ୍‌ଶିପ୍‌; ଜାତୀୟ ରେକର୍ଡ ସହ ଭାରତୀୟ ରିଲେ ଟିମ୍‌କୁ ସ୍ୱର୍ଣ୍ଣ

ଏସିଆନ୍ ରିଲେ ଚାମ୍ପିଅନ୍‌ଶିପ୍‌; ଜାତୀୟ ରେକର୍ଡ ସହ ଭାରତୀୟ ରିଲେ ଟିମ୍‌କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ:  ବ୍ୟାଙ୍କକ୍‌ରେ ଆୟୋଜିତ ପ୍ରଥମ ଏସିଆନ୍ ରିଲେ ଚାମ୍ପିଅନ୍‌ଶିପ୍‌ରେ ମିକ୍ସଡ୍ ୪ ଗୁଣା ୪୦୦ମି. ଇଭେଣ୍ଟ୍‌ରେ ଭାରତ ଜାତୀୟ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛି । ତେବେ ଭାରତୀୟ ଟିମ୍ ପ୍ୟାରିସ୍ ଅଲିମ୍ପିକ୍ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି । ମହମ୍ମଦ ଅଜମଲ୍‌, ଜ୍ୟୋତିକା ଶ୍ରୀ ଦାଣ୍ଡି, ଅମୋଜ ଜ୍ୟାକବ୍ ଏବଂ ଶୁଭା ଭେଙ୍କଟେଶଙ୍କ ଟିମ୍ ୩ ମିନିଟ୍ ୧୪.୧୨ ସେକେଣ୍ଡ୍ ସହ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛି । ଏହା ପୂର୍ବରୁ ଭାରତୀୟ ଟିମ୍ ହାଙ୍ଗ୍‌ଝୁ ଏସିଆନ୍ ଗେମ୍ସରେ ୩ ମିନିଟ୍ ୧୪.୩୪ ସେକେଣ୍ଡ୍ ସହ ଜାତୀୟ ରେକର୍ଡ ସ୍ଥାପନ କରିଥିଲା । ଏହି ସମୟ ସହ ଭାରତ ହାଙ୍ଗ୍‌ଝୁରେ ରୌପ୍ୟ ପଦକ ଜିତିଥିଲା । ଶ୍ରୀଲଙ୍କା ଟିମ୍ ୩ ମିନି୍ ୧୭.୦୦ ସେକେଣ୍ଡ୍ ସହ ଦ୍ୱିତୀୟ ଏବଂ ଭିଏତ୍‌ନାମ ୩ ମିନିଟ୍ ୧୮.୪୫ ସେକେଣ୍ଡ୍ ସହ ତୃତୀୟ ସ୍ଥାନରେ ରହିଥିଲେ । ସୋମବାରର ଏହି ସମୟ ଭାରତୀୟ ଟିମ୍ ବିଶ୍ୱ ଆଥ୍‌ଲେଟିକ୍ସର ରୋଡ୍ ଟୁ ପ୍ୟାରିସ୍ ସୂଚୀର ୨୧ତମ ସ୍ଥାନରେ ରହିଛି । ଟିମ୍‌ର ଲକ୍ଷ୍ୟ ୧୫ କିମ୍ବା ୧୬ତମ ସ୍ଥାନରେ ପହଞ୍ଚିବାର ଥିଲା । ଫଳରେ ପ୍ୟାରିସ୍ ଅଲିମ୍ପିକ୍ ପାଇଁ ଭାରତର ଯୋଗ୍ୟତା ଅର୍ଜନ କରିବା ରାସ୍ତା କଷ୍ଟକର ହୋଇପଡ଼ିଛି । ପ୍ୟାରିସ୍‌ରେ ମିକ୍ସଡ୍ ୪ ଗୁଣା ୪୦୦ ମି. ଇଭେଣ୍ଟ୍ କେବଳ ୧୬ ରିଲେ ଟିମ୍ ଭାଗନେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking