35.1 C
Bhubaneswar
Monday, June 17, 2024
Homeଖେଳବ୍ରାଭୋ ଆଫଗାନିସ୍ତାନ ଟିମ୍ ବୋଲିଂ ପରାମର୍ଶଦାତା ନିଯୁକ୍ତ

ବ୍ରାଭୋ ଆଫଗାନିସ୍ତାନ ଟିମ୍ ବୋଲିଂ ପରାମର୍ଶଦାତା ନିଯୁକ୍ତ

କାବୁଲ:  ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ପୂର୍ବତନ ୱେଷ୍ଟଇଣ୍ଡିଜ୍ ଅଲ୍‌ରାଉଣ୍ଡର୍ ଡ୍ୱେନ୍ ବ୍ରାଭୋଙ୍କୁ ଜାତୀୟ ଟିମ୍‌ର ବୋଲିଂ ପରାମର୍ଶଦାତା ନିଯୁକ୍ତ କରିଛି । ମଙ୍ଗଳବାର ଏସିବି ଏହି ଘୋଷଣା କରିବା ସହିତ ବ୍ରାଭୋ ଏହି ମେଗା ଇଭେଣ୍ଟ୍‌୍ ପୂର୍ବରୁ ଟିମ୍ ସହ ପ୍ରସ୍ତୁତି କ୍ୟାମ୍ପ୍‌ରେ ଯୋଗଦେବେ ବୋଲି କହିଛି । ବିଶ୍ୱକପ୍ ପାଇଁ ଆଫଗାନିସ୍ତାନ ପୂର୍ବରୁ ସେଣ୍ଟ୍ କିଟ୍ସ ଓ ନେଭିସ୍‌ରେ ପହଞ୍ଚିସାରିଛି । ସେଠାରେ ଟିମ୍ ବ୍ରାଭୋଙ୍କ ସମେତ କୋଚିଂ ଷ୍ଟାଫ୍‌ଙ୍କ ଦେଖାଶୁଣାରେ ଏକ ୧୦ ଦିନିକିଆ ପ୍ରସ୍ତୁତି କ୍ୟାମ୍ପ୍ କରିବ । ବ୍ରାଭୋ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ୨୯୫ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୬୪୨୩ ରନ୍ ସଂଗ୍ରହ କରିଥିବା ବେଳେ ୩୬୩ ୱିକେଟ୍ ହାସଲ କରିଛନ୍ତି । ସେହିପରି ସେ ୧୦୦ ପ୍ରଥମ ଶ୍ରେଣୀ, ୨୨୭ ଲିଷ୍ଟ୍‌-ଏ ଏବଂ ୫୩୭ ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ଟି-୨୦ ଫର୍ମାଟ୍‌ରେ ବ୍ରାଭୋଙ୍କ ନାମରେ ସର୍ବାଧିକ ୬୨୫ ୱିକେଟ୍ ରହିଛି । ଏହା ବ୍ୟତୀତ ଏହି ଛୋଟ ଫର୍ମାଟ୍‌ରେ ସେ ପାଖାପାଖି ୭୦୦୦ ରନ୍ ମଧ୍ୟ କରିଛନ୍ତି । ଜଣେ ମହାନ୍ ଖେଳାଳି ବ୍ୟତୀତ ବ୍ରାଭୋଙ୍କର କୋଚିଂରେ ମଧ୍ୟ ବିଶେଷଜ୍ଞତା ରହିଛି । ଆଇପିଏଲ୍‌ରେ ସେ ବର୍ତ୍ତମାନ ଚେନ୍ନାଇ ସୁପର୍ କିଙ୍ଗ୍‌ସର ବୋଲିଂ କୋଚ୍ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking