31.1 C
Bhubaneswar
Monday, June 17, 2024
Homeଖେଳଅରବିନ୍ଦ ସ୍ମାରକୀ କ୍ରିକେଟ୍‌; ଫାଇନାଲ୍‌ରେ ରାମେଶ୍ୱର ସ୍ପୋର୍ଟିଂ

ଅରବିନ୍ଦ ସ୍ମାରକୀ କ୍ରିକେଟ୍‌; ଫାଇନାଲ୍‌ରେ ରାମେଶ୍ୱର ସ୍ପୋର୍ଟିଂ

ଭୁବନେଶ୍ୱର:  ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ପାରାମାଉଣ୍ଟ୍ ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ମଙ୍ଗଳବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ୍‌ରେ ଟିମ୍ ପ୍ରଗତି ସ୍ପୋର୍ଟିଂକୁ ୧୪ ରନ୍‌ରେ ହରାଇ ଦେଇଛି । ଟସ୍ ଜିତି ବ୍ୟାଟିଂ ନେଇଥିବା ରାମେଶ୍ୱର ପ୍ରଥମେ ନିର୍ଦ୍ଧାରିତ ୪୦ ଓଭର୍‌ରେ ୯ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା । ଟିମ୍ ପକ୍ଷରୁ ଲିଓନେଲ୍ ମେହେର ୩୬, ସ୍ୱସ୍ତିକ ଘୋଷଣା ୨୭ ଓ ଶୁଭ୍ରାଂଶୁ ଗୌଡ଼ ୨୭ ରନ୍ କରିଥିଲେ । ପ୍ରତିପକ୍ଷର ଅନମୋଲ୍ ପଟ୍ଟନାୟକ ୪ ଏବଂ ଅସିମ୍ ବରାଡ଼ ୨ ୱିକେଟ୍ ଅକ୍ତିଆର କରିଥିଲେ । ୧୫୯ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ପ୍ରଗତି ସ୍ପୋର୍ଟିଂ ୩୩.୩ ଓଭର୍‌ରେ ସମସ୍ତ ୱିକେଟ୍ ହରାଇ ୧୪୪ ରନ୍ କରିଥିଲା । ଟିମ୍ ପକ୍ଷରୁ ଜସୱନ୍ତ ପ୍ରଧାନ ସର୍ବାଧିକ ୨୫ ରନ୍ କରିଥିବା ବେଳେ ରାମେଶ୍ୱର ପକ୍ଷରୁ ଆହ୍ୱାନ ମିଶ୍ର ୪ଟି ୱିକେଟ୍ ନେଇଥିଲେ । ଆହ୍ୱାନ ମିଶ୍ରଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ମିଳିଛି । ଫାଇନାଲ୍‌ରେ ରାମେଶ୍ୱର ସ୍ପୋର୍ଟିଂ ରବିବାର ପାରାମାଉଣ୍ଟ୍‌-ଏ’କୁ ଭେଟିବ । ସୋମବାର ଅନୁଷ୍ଠିତ ପ୍ରଥମ ସେମିରେ ରାମେଶ୍ୱର ସ୍ପୋର୍ଟିଂ ବିଶାଳ ୨୨୬ ରନ୍ ବ୍ୟବଧାନରେ ପଠାନ୍ କ୍ରିକେଟ୍ ଏକାଡେମୀ  (ସିଏପି)କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking