25.8 C
Bhubaneswar
Saturday, July 27, 2024
Homeଖେଳମହମ୍ମଦ ସିରାଜଙ୍କ ଘାତକ ବୋଲିଂ : ଗୋଟିଏ ଓଭରରେ ନେଲେ ୪ ୱିକେଟ

ମହମ୍ମଦ ସିରାଜଙ୍କ ଘାତକ ବୋଲିଂ : ଗୋଟିଏ ଓଭରରେ ନେଲେ ୪ ୱିକେଟ

କଲମ୍ବୋ: ଆର୍ ପ୍ରେମଦାସା ଷ୍ଟାଡିମୟରେ ଖେଳାଯାଉଥିବା ଏସିଆ କପ୍ ଫାଇନାଲ୍ ମ୍ୟାଚରେ ଦମ୍‌ଦାର ପଦର୍ଶନ କରୁଛି ଭାରତ। ଟସ୍‌ ହାରି ବୋଲିଂ କରୁଥିବା ଭାରତ ଉଭୟ ବୋଲିଂ ଓ ଫିଲ୍ଡିଙ୍ଗରେ ଶ୍ରୀଲଙ୍କାର ବ୍ୟାଟରଙ୍କୁ ଧରାଶାୟୀ କରିଦେଇଛି। ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କା ୬ଓଭରରେ ମାତ୍ର ୧୩ ରନ୍‌ରେ ୬ ୱିକେଟ ହରାଇ ସାରିଛି। ମହମ୍ମଦ ସିରାଜ ତାଙ୍କ ଘାତକ ବୋଲିଂରେ ଗୋଟିଏ ଓଭରରେ ଶ୍ରୀଲଙ୍କାର ୪ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ଯଶପ୍ରୀତ ବୁମରାହଙ୍କ ପ୍ରଥମ ଓଭରର ତୃତୀୟ ବଲରେ କୁସଲ ପରେରା ଆଉଟ୍ କରି ଦମଦାର ପଦର୍ଶନ ଆରମ୍ଭ କରିଥିବା ବେଳେ ଏହା ପରେ ମହମ୍ମଦ ସିରାଜ ଘାତକ ବୋଲିଂ କରି ଶ୍ରୀଲଙ୍କାକୁ ନୟାନ୍ତ କରିଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ମହମ୍ମଦ ସିରାଜ ୩ ଓଭର ବୋଲିଂ କରି ଗୋଟିଏ ମେଡେନ୍‌ ଓଭର ସହ ୪ ରନ୍‌ ଦେଇ ୫ ୱିକେଟ ନେଇ ସାରିଛନ୍ତି। କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିମୟରେ ଏସିଆ କପ୍ ଫାଇନାଲ୍ ମ୍ୟାଚ୍ ଅପରାହ୍ନ ୩ ଟାରେ ଆରମ୍ଭ ହେବାର ଥିଲା କିନ୍ତୁ ବର୍ଷା କାରଣରୁ ମ୍ୟାଚରେ ବିଳମ୍ବ ହୋଇଥିଲା। ବର୍ଷା ଛାଡ଼ିବା ପରେ ଅପରାହ୍ନ ୩ଟା ୪୦ ମିନିଟରେ ଖେଳ ଆରମ୍ଭ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking