ଭୁବନେଶ୍ବର: ଗତକାଲି ତୁଲନାରେ ଆଜି ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଶନିବାର ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ତାପମାତ୍ରା ୩୮.୪ ରେଡର୍କ କରାଯାଇଛି। ଗତକାଲି ଅପରାହ୍ଣ ୨ଟା ୩୦ରେ ଏହି ସରରେ ପାରା ୩୯.୧ ଡିଗ୍ରି ସେଲସିୟସ ଥିଲା। ଗତକାଲି ଅପରାହ୍ଣ ୨ଟା ୩୦ରେ ରାଜ୍ୟର ୮ଟି ସହରର ତାପମାତ୍ରା ୩୫ଡିଗ୍ରି ଉପରେ ଥିବା ବେଳେ ଆଜି ତାହା ୭ଟି ସହରରେ ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଆଜି ଦିନ ୨ଟା ୩୦ରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ତାପମାତ୍ରା ୩୮.୨ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ରାଉରକେଲାରେ ୩୭.୮, ସମ୍ବଲପୁରରେ ୩୭.୭, କେନ୍ଦୁଝରରେ ୩୭.୬, ହୀରାକୁଦରେ ୩୭.୫, ଭୁବନେଶ୍ୱରରେ ୩୭, ବାଲେଶ୍ୱରରେ ୩୩, ପୁରୀରେ ୩୩ .୩, ପାରାଦୀପରେ ୩୨.୨ ଓ ଗୋପାଳପୁରରେ ୩୧.୫ ଡିଗି ପାରା ପହଞ୍ଚିଛି।