34.1 C
Bhubaneswar
Wednesday, May 21, 2025
Homeଦେଶ ବିଦେଶସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ କେଜ୍ରିୱାଲ

ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ କେଜ୍ରିୱାଲ

ନୁଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀକୁ ନେଇ ମୁହଁ ଖୋଲିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହି ବିଷୟକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ ତାଙ୍କର ମନ୍ତ୍ରୀ ସମ୍ପୁର୍ଣ୍ଣ ରୂପେ ନିର୍ଦ୍ଦୋଶ ବୋଲି କେଜ୍ରିୱାଲ କହିଛନ୍ତି ।କେଜ୍ରିୱାଲ ମଙ୍ଗଳବାର କହିଛନ୍ତି ଯେ, ମୁଁ ବ୍ୟକ୍ତିଗତ ଭାବରେ ସତୈନ୍ଦ୍ର ଜୈନଙ୍କୁ ଇଡି ଗିରଫଦାରୀ ମାମଲାର ଅନୁଧ୍ୟାନ କରିଛି । ଏହାଏକ ଷଡ଼ଯନ୍ତ୍ର ଅଟେ । ଏହି ମାମଲାକୁ ସେ ହିମାଚଳ ବିଧାନସଭ ନିର୍ବାଚନ ସହିତ ଯୋଡ଼ିଛନ୍ତି ।

ଏହି କାରଣରୁ ସତ୍ୟେନ୍ଦ୍ର ଜୈନଙ୍କୁ ରାଜନୈତିକ କାରଣରୁ ଟାର୍ଗେଟ କରାଯାଇଛି । ସୂଚନା ମୁତାବକ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋମବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା । ଇଡି କହିବା ମୁତାବକ ସତ୍ୟେନ୍ଦ୍ରଙ୍କ ବିରୋଧରେ ଚାଲିଥିବା ମନି ଲଣ୍ଡରିଂ ମାମଲାରେ ସେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିର ସହଯୋଗ କରୁନାହାନ୍ତି । ଜୈନଙ୍କୁ ଏହି ମାମଲାରେ କଥିତ ରୂପରେ ସମିଲ ଥିବା କୁହାଯାଉଛି । କୋଲକାତାର ଭିତ୍ତିକକ ବିଭିନ୍ନ କମ୍ପାନୀ ସହିତ ହାୱାଲା କାରବାର ଅଭିଯୋଗରେ ପ୍ରଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ଜରିଆରେ ଗିରଫ କରିଛି । ଜୈନଙ୍କର ପରିବାର ଏବଂ ତାଙ୍କର ଦ୍ୱାରା ନିୟନ୍ତ୍ରୀତ କମ୍ପାନୀଗୁଡ଼ିକର ୪.୮୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ ହେବା ପରେ ଜୈନଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking