28.1 C
Bhubaneswar
Friday, March 29, 2024
Homeଓଡିଶାପ୍ରଫେସର ସଂଘମିତ୍ରା ମିଶ୍ର ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡିନ

ପ୍ରଫେସର ସଂଘମିତ୍ରା ମିଶ୍ର ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡିନ

ଭୁବନେଶ୍ୱର,  : ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡିନ ହେବେ
ପ୍ରଫେସର (ଡା) ସଂଘମିତ୍ରା ମିଶ୍ର । ପ୍ରଫେସର ମିଶ୍ର ବୁଧବାର ଦାୟିତ୍ୱ ଗ୍ରହଣ କରିବେ ।
ସମ୍ ହସ୍ପିଟାଲର କ୍ରିଟିକାଲ କେୟାର ମେଡିସିନ ବିଭାଗର ପ୍ରଫେସର ଓ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ପ୍ରଫେସର
(ଡ.) ମିଶ୍ର ବର୍ତମାନ ଡିନ ଥିବା ପ୍ରଫେସର (ଡ) ଗଙ୍ଗାଧର ସାହୁଙ୍କ ସ୍ଥାନରେ ଯୋଗ ଦେବେ ।
ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର (ଡ) ସାହୁ ଆଜି ତାଙ୍କ ଦାୟିତ୍ୱରୁ ଅବସର ନେଉଛନ୍ତି । ସେ ୨୦୧୬ ରୁ ଏହି
ମେଡିକାଲ କଲେଜରେ ଡିନ ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବୁର୍ଲାସ୍ଥିତ ଭିଏସଏସ
ମେଡିକାଲ କଲେଜ ଓ ହସ୍ପିଟାଲରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ପରେ ସେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ
ଯୋଗ ଦେଇଥିଲେ । ଡାକ୍ତରୀ ପେଶା ସହିତ ସାହିତ୍ୟରେ ରୁଚି ରଖୁଥିବା ଛାତ୍ରବତ୍ସଳ ପ୍ରଫେସର ସାହୁଙ୍କର
ଆଇଏମଏସରେ ଯୋଗଦାନ ପରେ ଛାତ୍ର ଏବଂ ଶିକ୍ଷକମାନଙ୍କ ସମ୍ପର୍କ ଅଧିକ ଦୃଢ଼ିଭୂତ ହୋଇଥିଲା ।
ମଙ୍ଗଳବାର ଆଇଏମଏସ ପରିସରରେ ପ୍ରଫେସର ସାହୁଙ୍କୁ ଏକ ଆବେଗପୂର୍ଣ୍ଣ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking