34.1 C
Bhubaneswar
Wednesday, May 1, 2024
Homeଓଡିଶାନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଗିରଫ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଗିରଫ

ମୟୂରଭଞ୍ଜ : ବୃଦ୍ଧ କାଳେ ରାସଲୀଳା କରି ହରଡ଼ଘଣାରେ 55ବର୍ଷର ବୃଦ୍ଧ। ମୁହଁରୁ ଅଧାରୁ ଅଧିକ ଦାନ୍ତ ଗଳି ପଡ଼ିଲାଣି ହେଲେ କଟିନି ରସିକପଣିଆ। ଭୁଲାଇ ଫୁସୁଲାଇ ଲଗାତାର ଭାବେ ଜଣେ ନିରିହା ନାବାଳିକା ସହ ଦୁଷ୍କର୍ମ କରି ଏବେ ଜେଲ ହାଜତରେ ରସିକିଆ ବୃଦ୍ଧ। ଘଟଣାଟି ବାରିପଦା ଟାଉନ ଥାନା ଅଞ୍ଚଳର। ଜଣେ ନାବାଳିକାକୁ ଦୀର୍ଘ 12 ଦିନହେବ ଦୁଷ୍କର୍ମ କରୁଥିବା ଅଭିଯୋଗରେ ଗିରଫ ହେଲେ 55 ବର୍ଷୀୟ ବୃଦ୍ଧ। ଏପରିଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ବାରିପଦା ଟାଉନ ଥାନା ଅଧିନ ପାଲବଣି ଅଞ୍ଚଳରେ। ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ଅଂଚଳର ଏକ ପରିବାର ବାରିପଦାରେ 04 ମାସ ହେବ ରହିବା ସହ ଏଠାରେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରି ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ। ଉଭୟ ସ୍ୱାମୀ ଓ ସ୍ତ୍ରୀ କାମକୁ ବାହାରିଯିବା ପରେ ସ୍ଥାନୀୟ ଅଞ୍ଚଳର କାଳିଆ ନାମକ ଜଣେ 55 ବର୍ଷୀୟ ବ୍ୟକ୍ତି ତାଙ୍କ ଘରକୁ ଆସି 12 ବର୍ଷୀୟ ନାବାଳିକା ଝିଅକୁ ବିଭିନ୍ନ ଭାବରେ ପ୍ରଲୋଭିତ କରି ଶାରୀରିକ ସମ୍ପର୍କ ରଖୁଥିଲା। ଏନେଇ ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ପରିବାର ଲୋକେ ଝିଅକୁ ଏସଂକ୍ରାନ୍ତରେ ପଚାରି ବୁଝିବାରୁ ଘଟଣା ସତ୍ୟ ବୋଲି ଜାଣିବାକୁପାଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନାବାଳିକାର ପରିବାର ପକ୍ଷରୁ ହୋଇଥିବା ଲିଖିତ ଅଭିଯୋଗକୁ ଭିତ୍ତିକରି ଟାଉନ ଥାନା ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବୃଦ୍ଧକୁ ଗିରଫ କରିବା ସହ ନାବାଳିକାର ବୟାନ ରେକର୍ଡ କରିଥିଲେ। ପରେ ଡାକ୍ତରୀ ମୟନା କରିଥିବାର ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking