39.8 C
Bhubaneswar
Thursday, April 18, 2024
Homeଓଡିଶାପିପିଲି ଉପନିର୍ବାଚନର ଭୋଟ୍ ଗଣତି : ସପ୍ତମ ରାଉଣ୍ଡରେ ବି ବିଜେଡି ଆଗୁଆ

ପିପିଲି ଉପନିର୍ବାଚନର ଭୋଟ୍ ଗଣତି : ସପ୍ତମ ରାଉଣ୍ଡରେ ବି ବିଜେଡି ଆଗୁଆ

ପୁରୀ: ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ସପ୍ତମ ରାଉଣ୍ଡରେ ୭୬୩୦ ଖଣ୍ଡ ଭୋଟରେ ବିଜେଡି ଆଗୁଆ ଥିବା ଜଣାଯାଇଛି। ଏହି ରାଉଣ୍ଡରେ ବିଜେଡିକୁ ୨୭୫୧୭, ବିଜେପିକୁ ୧୯୮୮୭ ଓ କଂଗ୍ରେସକୁ ୭୬୩୦ ଖଣ୍ଡ ଭୋଟ୍ ମିଳିଛି। ସୂଚନାଯୋଗ୍ୟ, ଷଷ୍ଠ ରାଉଣ୍ଡରେ ବିଜେଡି ୬୩୨୪ ଖଣ୍ଡ ଭୋଟରେ ଆଗୁଆ ଥିଲା। ଏହି ରାଉଣ୍ଡରେ ବିଜେଡିକୁ ୨୩୪୬୨, ବିଜେପିକୁ ୧୭୧୩୮ ଓ କଂଗ୍ରେସକୁ ୧୭୮୪ ଖଣ୍ଡ ଭୋଟ୍ ମିଳିଥିଲା। ପଞ୍ଚମ ରାଉଣ୍ଡରେ ବିଜେଡିକୁ ୨୦୧୨୫, ବିଜେପିକୁ ୧୪୩୩୮ ଓ କଂଗ୍ରେସକୁ ୧୫୪୫ ଖଣ୍ଡ ଭୋଟ୍ ମିଳିଛି। ପିପିଲି ଉପନିର୍ବାଚନର ଭୋଟ୍ ଗଣତିରେ ଚତୁର୍ଥ ରାଉଣ୍ଡରେ ୫୧୪୦ ଖଣ୍ଡ ଭୋଟରେ ଆଗୁଆ ରହିଥିଲା। ଏହି ରାଉଣ୍ଡରେ ବିଜେଡିକୁ ୧୬୯୬୮, ବିଜେପିକୁ ୧୧୮୨୮ ଓ କଂଗ୍ରେସକୁ ୧୩୮୩ ଖଣ୍ଡ ଭୋଟ୍ ମିଳିଥିଲା। ପୂର୍ବରୁ ତୃତୀୟ ରାଉଣ୍ଡରେ ବିଜେଡି ୫୦୪୪ ଖଣ୍ଡ ଭୋଟରେ ଆଗୁଆ ଥିବା ଜଣାଯାଇଥିଲା। ଏହି ରାଉଣ୍ଡରେ ବିଜେଡିକୁ ୧୩୬୧୧, ବିଜେପିକୁ ୮୫୬୭ ଓ କଂଗ୍ରେସକୁ ୧୧୮୦ ଖଣ୍ଡ ଭୋଟ୍ ମିଳିଥିଲା। ବିଜେଡିରୁ ରୁଦ୍ର ପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ବିଜେଡି- ୨୭୫୧୭

ବିଜେପି- ୧୯୮୮୭

କଂଗ୍ରେସ-୭୬୩୦

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking