28.1 C
Bhubaneswar
Friday, July 18, 2025
Homeଅପରାଧନାବାଳିକା ପ୍ରେମିକାକୁ ବଦନାମ୍ କରି ଗିରଫ

ନାବାଳିକା ପ୍ରେମିକାକୁ ବଦନାମ୍ କରି ଗିରଫ

କୋରାପୁଟ : ହାଇଦ୍ରାବାଦର ଲଜ୍ଜା ଓ ହତ୍ୟା ଘଟଣା ସାରା ଦେଶକୁ ଥରାଇ ଦେଇଥିବା ବେଳେ ଆଜି ଅପରାଧୀଙ୍କର ଏନକାଉଣ୍ଟର ମଧ୍ୟ ହୋଇଛି | ତେବେ ଏହି ଘଟଣା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଏକ ଅତି ଲଜ୍ଜାଜନକ ଘଟଣା ଏବେ ସାମ୍ନାକୁ ଆସିଛି | ପ୍ରେମର ଡ୍ରାମା କରି ନାବାଳିକା ପ୍ରେମିକାକୁ ଗର୍ଭଭତୀ କରି ଫେରାର ହେଲା ବେଇମାନ ପ୍ରେମିକ ।  କେତେକ ନାବାଳିକା ଲୋକ ଲଜ୍ଜା ପାଇଁ ଜୀବନ ହାରୁଛନ୍ତି ତ କେତେକ ଅଭିଯୁକ୍ତଙ୍କୁ ଉଚିତ୍ ଶାସ୍ତି ଦେବା ପାଇଁ ଲଢେଇ କରୁଛନ୍ତି ।କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନାରେ ଏଭଳି ଏକ ନିର୍ଯାତନା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ପଢୁଥିବା ଜଣେ ଆଦିବାସୀ ନାବାଳିକା ଲକ୍ଷ୍ମୀପୁରଠାରେ ଏକ ଭଡା ଘର ନେଇ ରହୁଥିଲେ । ସେଠାରେ ରହିବାର କିଛିଦିନ ପରେ ଚମ୍ପି ଗାଁର ଜଣେ ଆଦିବାସୀ ଯୁବକ ତାଙ୍କୁ ପ୍ରେମ ଜାଲରେ ଫସାଇଦେଇଥିଲେ । ପରେ ଲକ୍ଷ୍ମୀପୁର ନିକଟ କୁଟିଙ୍ଗା ଗାଁରେ ନିଜ ସମ୍ପର୍କୀୟଙ୍କ ଘରକୁ ନେଇ ବିବାହର ପ୍ରତିଶ୍ରୁତି ଦେଇ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ । କିଛିଦିନ ପରେ କଲେଜ ଛୁଟି ହେବାରୁ ନାବାଳିକା ଜଣଙ୍କ ଗାଁକୁ ଚାଲିଯାଇଥିଲା । କିନ୍ତୁ ଯୁବକ ଜଣଙ୍କ ପୁଣି ତାଙ୍କୁ କୋରାପୁଟ ଡକାଇଥିଲେ । ନାବାଳିକା ଜଣଙ୍କ କୋରାପୁଟ ଆସିଥିଲେ । ସେଠାରୁ ଯୁବକଙ୍କୁ ଫୋନ୍ କରିଥିଲେ ମାତ୍ର ଯୁବକ ଜଣଙ୍କ ଆଉ ନାବାଳିକାଙ୍କ ଫୋନ୍ ଉଠାଇନଥିଲେ । ଶେଷରେ ବାଧ୍ୟ ହୋଇ ନାବାଳିକାଙ୍କୁ ଫେରିଯାଇଥିଲେ ।କିଛିଦିନ ଗାଁରେ ରହିବାପରେ ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଜଣାପଡିଲା ।ନାବାଳିକା ଜଣଙ୍କ ନିଜ ପରିବାର ଲୋକଙ୍କୁ ଏକଥା ଜଣାଇବା ପରେ ପରିବାର ଲୋକେ ଯୁବକଙ୍କ ଗାଁକୁ ଯାଇ ଯୁବକଙ୍କ ପରିବାରଲୋକଙ୍କ ସହ କଥାହୋଇ ଆଲୋଚନା କରିଥିଲେ । ଉଭୟଙ୍କ ବିବାହ କରିବା ଲାଗି ମଧ୍ୟ ପ୍ରସ୍ତା ବ ଦେଇଥିଲେ । ହେଲେ ଯୁବକଙ୍କ ପରିବାରଲୋକ ସେମାନଙ୍କୁ ଘରୁ ତଡି ଦେଇଥିଲେ । ଫଳରେ ଲକ୍ଷ୍ମୀପୁର ପୋଲିସର ଦ୍ବାରସ୍ଥ ହୋଇଥିଲେ ନାବାଳିକାଙ୍କ ପରିବାରଲୋକ । ଅଭିଯୋଗ ପରେ ଯୁବକଙ୍କୁ ପୋକ୍ସୋ ଆକ୍ଟରେ ଲକ୍ଷ୍ମୀପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ନାବାଳିକାଙ୍କୁ କୋରାପୁଟ ସ୍ଥିତ ବାଳସୁଧାର ଗୃହରେ ଛଡାଯିବ ବୋଲି ପୋଲିସ ପ୍ରକାଶ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking