30.1 C
Bhubaneswar
Wednesday, June 26, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଏପାଖ ସେପାଖ, ଭିଡରେ ଫସିଲା ଆମ୍ବୁଲାନ୍ସ, ଟ୍ରାଫିକ ନିୟନ୍ତ୍ରଣରେ ପୋଲିସ ବିଫଳ 

ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଏପାଖ ସେପାଖ, ଭିଡରେ ଫସିଲା ଆମ୍ବୁଲାନ୍ସ, ଟ୍ରାଫିକ ନିୟନ୍ତ୍ରଣରେ ପୋଲିସ ବିଫଳ 

ଯାଜପୁର : ଶୁକ୍ରବାର କୋରେଇ ନିର୍ବାଚନ ମଣ୍ଡଳୀର ତଳଗଡ଼ ପଞ୍ଚାୟତ ଅଧିନ ନାଗୁଆଁ ଖେଳପଡିଆ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା | ଏହି ନିର୍ବାଚନୀ ପ୍ରଚାର ସଭା ନିର୍ଦ୍ଧାରିତ ସମୟ ଅପରାହ୍ନ ୪.୪୫ ସମୟରେ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ୧ ଘଣ୍ଟା ବିଳମ୍ବରେ ସଭା ସ୍ଥଳରେ ପହଞ୍ଚିଥିଲେ | ଯାଜପୁର ଜିଲାର ସାତଟି ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀ, ନେତା ଓ ସ୍ୱଂ ସହାୟକ ଗୋଷ୍ଠୀର ମହିଳା ମାନେ ବସ, ଚାରିଚକିଆ ଜାନ ଓ ବାଇକ ଯୋଗେ ବୋହୁ ସଂଖ୍ୟାରେ ସଭା ସ୍ଥଳକୁ ଆସିଥିଲେ | ଏହି ସଭା ସ୍ଥଳଟି ୨0ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଆୟୋଜିତ ହୋଇଥିବାରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଥିଲେ | କିନ୍ତୁ ଅତ୍ୟଧିକ ଯାନବାହାନ ଏକ ସମୟରେ ପହଂଚି ଯିବାରୁ ଉକ୍ତ ଜାତୀୟ ରାଜପଥର ଉଭୟ ପଟୁ ୨ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ ଯାମ ହୋଇଥିଲା | ଏହି ସମୟରେ ରୋଗୀନେଇ କେନ୍ଦୁଝର ଆଡୁ କଟକ ଅଭିମୁଖେ ଯାଉଥିବା ଏକ ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଏହି ଜାମରେ ଫସି ରହିଥିଲା | ଟ୍ରାଫିକ ଦାୟିତ୍ୱରେ ଥିବା ପୋଲିସ ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଦେଖାଯାଇଥିଲା | ଅନ୍ୟପଟେ ସଭାସ୍ଥଳରେ ଦଳ ପକ୍ଷରୁ ଲୋକମାନଙ୍କ ପାଇଁ ପାନୀୟ ଜଳର ସୁ ବ୍ୟବସ୍ଥା କରାଯାଇନଥିବା ଯୋଗୁଁ ଲୋକମାନେ ହନ୍ତସନ୍ତ ହୋଇଥିଲେ |
ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇଙ୍କୁ ଭାଷଣ ଦେବାକୁ ନାମ ଘୋଷଣା କରାଯଇଥିଲା | ହେଲେ ତାଙ୍କୁ ଭାଷଣ ଦେବାର ସୁଯୋଗ ନ ଦିଆଯାଇ ସଙ୍ଗେ ସଙ୍ଗେ ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠିଙ୍କୁ ଭାଷଣ ଦେବାକୁ ସୁଯୋଗ ଦିଆ ଯାଇଥିଲା | ଯାହାକୁ ନେଇ ଉପସ୍ଥିତ କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା | ବିଧାୟକ ଅଶୋକ ବଳ ସ୍ୱାଗତ ଭାଷଣରେ କୋରେଇ ବିଧାୟିକା ପ୍ରାର୍ଥୀଙ୍କ ନାମ ନେଇ ନଥିବା ଦେଖାଯାଇଥିଲା |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking