24.4 C
Bhubaneswar
Thursday, May 14, 2026
Homeଦେଶ ବିଦେଶକାଶ୍ମୀରରେ ସେନାର ଆତଙ୍କବାଦୀ ନିପାତ ଅଭିଯାନ, ଆତଙ୍କୀ ମୃତ

କାଶ୍ମୀରରେ ସେନାର ଆତଙ୍କବାଦୀ ନିପାତ ଅଭିଯାନ, ଆତଙ୍କୀ ମୃତ

କାଶ୍ମୀର: ଜମ୍ମୁ-କାଶ୍ମୀରର ସୋପୋର ରାଫିଆବାଦ୍ ଅଞ୍ଚଳରେ ସୁରକ୍ଷାବଳ ସହ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ସୋପୋର ପୁଲିସ ଓ ୩୨ ରାଷ୍ଟ୍ରୀୟ ରାଇଫଲ୍ସର ମିଳିତ ଅପରେସନରେ ଏହି ଅପରେସନ କରାଯାଇଥିଲା। ତେବେ ଏହି ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି।
ଗତ କିଛି ଦିନ ହେବ ଆତଙ୍କବାଦୀଙ୍କୁ ଠାବ କରି ନିପାତ କରିବା ପାଇଁ ପୁଲିସ ସହ ସେନା ସର୍ଚ୍ଚ ଅପରେସନ୍ ଚଳାଇଛି। ସୋମବାର (୧୯ ଅଗଷ୍ଟ ୨୦୨୪) ଡୁଡୁର ଚିଲ ଅଞ୍ଚଳରେ ଆତଙ୍କବାଦୀମାନେ ଏକ ମିଳିତ ପାଟ୍ରୋଲିଂ ଉପରେ ଗୁଳି ଚଳାଇଥିଲେ, ଯେଉଁଥିରେ ସିଆରପିଏଫ୍ ଇନ୍ସପେକ୍ଟର କୁଲଦୀପ କୁମାର ସହିଦ୍ ହୋଇଥିଲେ। ପ୍ରକାଶ, ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ଯେପରି କୌଣସି ବିଶୃଙ୍ଖଳା ନ ହୁଏ ସେଥିପାଇଁ କେନ୍ଦ୍ର ସରକାର ବ୍ୟାପକ ସୁରକ୍ଷା ବଳ ମୁତୟନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଜମ୍ମୁ-କଶ୍ମୀରରେ ପାଖାପାଖି ୩୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking